Advertisement

ମା’ ହେବା ପରେ ପ୍ରଥମଥର ର଼୍ୟାମ୍ପ୍‌ ଶୋ’ରେ ଚାଲିଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନୂଆଦିଲ୍ଲୀର ଛତରପୁରଠାରେ ଏକ ଫ୍ୟାଶନ ଶୋ’ରେ ର଼୍ୟାମ୍ପ୍‌ରେ ଚାଲିଥିଲେ। ଫ୍ୟାଶନ ଡିଜାଇନର୍‌ ଅଭିନବ ମିଶ୍ରଙ୍କ ପ୍ରଦର୍ଶିତ ଏହି ଶୋ’ରେ ସୋନମ ପୁଅ ହେବା ପରେ ପ୍ରଥମଥର ର଼୍ୟାମ୍ପ୍‌ରେ ଚାଲିଛନ୍ତି। ଶନିବାର ରାତିରେ ରାଜଧାନୀ ଦିଲ୍ଲୀରେ ଏହି ଶୋ’ ଆୟୋଜିତ ହୋଇଥିଲା।
ସୋନମଙ୍କ ଲୁକ୍‌ ଖୁବ୍‌ ଆକର୍ଷଣୀୟ ଥିଲା।

ସୋନମ କହିଛନ୍ତି, ଯେହେତୁ ମୁଁ ଏତେ ବର୍ଷ ପରେ ଏହା କରୁଛି … ୨୦୧୯ରେ ମୁଁ ର଼୍ୟାମ୍ପ୍‌ରେ ଚାଲିଥିଲି। ଏହା ପରେ ତିନି ବର୍ଷ ଧରି ର଼୍ୟାମ୍ପ୍‌ ଶୋ’ରେ ଭାଗ ନେଇ ନ ଥିଲି। ମୁଁ ଭାବିଲି ଏହା ଉପଯୁକ୍ତ ସମୟ।

ସେହିପରି ଫ୍ୟାଶନ ଡିଜାଇନର ଅଭିନବ କହିଛନ୍ତି, ‘ମୋର ଲକ୍ଷ୍ୟ ସର୍ବଦା ଜୀବନର ଅନୁଭୂତିଠାରୁ ବଡ଼ ସୃଷ୍ଟି କରିବା ଯାହା ମୋର ଦୃଷ୍ଟିକୁ ଜୀବନ୍ତ କରିଥାଏ ଏବଂ ମୋର ସଂଗ୍ରହ ଯାହା ଆଜିର ଶକ୍ତିଶାଳୀ ସ୍ବାଧୀନ ମହିଳାଙ୍କ ଗତିଶୀଳ ଏବଂ ବିକଶିତ ସମ୍ବେଦନଶୀଳତାକୁ ପ୍ରତିଫଳିତ କରିଥାଏ। ମୁଁ ସୋନମ କପୁରଙ୍କ ବ୍ୟତୀତ ଅନ୍ୟ କାହାକୁ କଳ୍ପନା କରିପାରି ନ ଥିଲି, ମୋର ରନଓ୍ବେ ଶୋ’ର ଏକ ଅଂଶ ହେବାକୁ। ସେ ପ୍ରକୃତରେ ମୋର ସବୁଦିନ ପାଇଁ ମ୍ୟୁଜ ବୋଲି ଡିଜାଇନର୍‌ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: sonam kapoor