Categories: ଜାତୀୟ

ବିରୋଧୀ ଦଳ ନେତା ହେବା ପରେ ବଦଳିଗଲା ଅନ୍ଦାଜ, ଦେଶୀ ଲୁକ୍‌ରେ ନଜର ଆସିିଲେ ରାହୁଲ

ନୂଆଦିଲ୍ଲୀ,୨୬।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ସେ ବିରୋଧୀ ଦଳର ନେତା ହୋଇଛନ୍ତି। ତେବେ ମଙ୍ଗଳବାର ଏନେଇ ଘୋଷଣା ହେବା ପରେ ଆଜି ତାଙ୍କୁ କିଛି ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି। ସବୁବେଳେ କାଜୁଆଲ ଲୁକରେ ଦେଖାଯାଉଥିବା ରାହୁଲ ବୁଧବାର ସଂସଦରେ ଅଲଗା ଲୁକ୍‌ରେ ନଜର ଆସିଥିଲେ। ରାହୁଲ ସବୁବେଳେ ଧଳା ଟି-ସାର୍ଟ ଏବଂ ଜିନ୍ସରେ ନଜର ଆସନ୍ତି କିନ୍ତୁ ଆଜି ସେ ଦେଶୀ ଲୁକ୍‌ରେ ଅର୍ଥାତ କୁର୍ତ୍ତା ଏବଂ ପାଇଜାମାରେ ନଜର ଆସିଥିଲେ। ତାଙ୍କ ଲୁକ୍‌କୁ ନେଇ ମଧ୍ୟ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। କାରଣ ମଙ୍ଗଳବାର ଏମପି ଭାବେ ଶପଥ ଗ୍ରହଣ ସମୟରେ ରାହୁଲ ଟି-ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ।

ରାହୁଲ ଗାନ୍ଧୀ ୧୮ତମ ଲୋକ ସଭାରେ ବିରୋଧୀ ଦଳର ନେତା ହୋଇଛନ୍ତି। ଏହାପୂର୍ବରୁ ରାହୁଲ ସଂସଦ ବାହାରେ ଅନେକ ସମୟରେ ସମାନ କାଜୁଆଲ ଲୁକରେ ନଜର ଆସିଛନ୍ତି। ଭାରତ ଯୋଡୋ ଯାତ୍ରା ହେଉ, କି ନ୍ୟାୟ ଯାତ୍ରା, କଂଗ୍ରେସ ମୁଖ୍ୟାଳୟ କିମ୍ବା ସାମ୍ବାଦିକ ସମ୍ମିଳନୀ ରାହୁଲ ଗାନ୍ଧୀ ସବୁବେଳେ ଧଳା ଟି-ସାର୍ଟରେ ନଜର ଆସନ୍ତି। ତାଙ୍କୁ ଏହି ବିଷୟରେ ଅନେକ ଥର ପ୍ରଶ୍ନ ମଧ୍ୟ କରାଯାଇଥିଲା। ଏହାକୁ ନେଇ ରାହୁଲ କୁହନ୍ତି, ସବୁବେଳେ ‘ଧଳା ଟି-ସାର୍ଟ’ ପିନ୍ଧିବାର କାରଣ ଏହି ଟି-ସାର୍ଟ ମୋ ପାଇଁ ସ୍ବଚ୍ଛତା, ନିଷ୍ଠା ଏବଂ ସରଳତାର ପ୍ରତୀକ ଅଟେ।

Share