ସାପ କାମୁଡିବା ପରେ ଜଣାପଡିଲା କରୋନା ପଜିଟିଭ

ଶଙ୍କରାଖୋଲ,୩୦ା୭(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଚକାପାଦ ବ୍ଲକ ଚକାପାଦ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ଘରେ ଶୋଇଥିବାବେଳେ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା। ବୁଧବାର ରାତିରେ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ ଫୁଲବାଣୀ କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପରିବାରର ଅନ୍ୟ ସଦସ୍ୟମାନଙ୍କ ଆଣ୍ଟିଜେନ କିଟ୍‌ରେ ଟେଷ୍ଟ ପରେ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ଗୁରୁବାର ସୀମା ରହୁଥିବା ସାହିକୁ ସିଲ୍‌ କରାଯାଇଛି।

Share