ଢାକା,୧୯।୬ : ବାଂଲାଦେଶର କୁଖ୍ୟାତ ଘାତକ ଭୂୟାଁ ଜେଲରୁ ମୁକୁଳିଛନ୍ତି। ଚୋରି, ଡକାୟତି ଏବଂ ହତ୍ୟା ମାମଲାରେ ତାଙ୍କୁ ୧୯୯୧ରେ ୪୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରେ ସେ ୨୦୦୧ ରେ ଜେଲରେ ଘାତକ(ଏକଜେକ୍ୟୁଟର) ଭାବରେ ନିଯୁକ୍ତ ହୋଇଥିଲେ। ଏହି ସମୟରେ ସେ ବଙ୍ଗବନ୍ଧୁଶେଖ ମୁଜିବୁର ରହମାନଙ୍କ ହତ୍ୟାକାରୀଙ୍କ ସମେତ ୨୬ ଦୋଷୀ ଏବଂ ଯୁଦ୍ଧ ଅପରାଧୀଙ୍କୁ ଫାଶୀ ଦେଇଥିଲେ। ଏହି କାରଣରୁ, ଭୂୟାଁ ସମଗ୍ର ବାଂଲାଦେଶରେ କୁଖ୍ୟାତ ଘାତକ ଭାବରେ ପରିଚିତ ହୋଇଥିଲେ।
ପ୍ରତ୍ୟେକ ଫାଶୀ ପାଇଁ ତାଙ୍କର ଦୁଇ ମାସର ଜେଲଦଣ୍ଡ ମାଫ୍ କରାଯାଇଥିଲା । ଯାହାଦ୍ୱାରା ତାଙ୍କର ଦଣ୍ଡ ଚାରି ବର୍ଷ ଚାରି ମାସକୁ ହ୍ରାସ ପାଇଥିଲା। ଏହା ବ୍ୟତୀତ ସରକାର ଭଲ ଆଚରଣ ପାଇଁ ତାଙ୍କର ୧୦ ବର୍ଷର ତେଲ ଦଣ୍ଡ କ୍ଷମା କରିଥିଲେ। ଢାକା ସେଣ୍ଟ୍ରାଲ ଜେଲ ପରିସରରୁ ବାହାରିବା ମାତ୍ରେ ଖବରଦାତାମାନେ ୭୪ ବର୍ଷ ବୟସ୍କ ଶାହାଜାହାନ ଭୂୟାଁଙ୍କୁ ଆଲିଙ୍ଗନ କରିଥିଲେ। ସେ ଗଣମାଧ୍ୟମକୁ କହିଛନ୍ତି ମୁଁ ଜେଲରୁ ମୁକୁଳିବା ପରେ ଆନନ୍ଦ ଅନୁଭବ କରୁଛି।
ଜଣେ ଘାତକ ଭାବରେ କାର୍ଯ୍ୟ କରିବା ସମୟରେ ଭୂୟାଁ କୁଖ୍ୟାତ ଅପରାଧୀଙ୍କୁ ଫାଶୀ ଦେଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ।