Categories: ଜାତୀୟ

ଅଢେଇ ଘଣ୍ଟା ଧରି ଆଲୋଚନା କଲେ ମୋଦି-ଯୋଗୀ

ନୂଆଦିଲ୍ଲୀ,୧୩।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ରାତି ୫ଟାରୁ ଆରମ୍ଭ ହୋଇଥିବା ଏହି ସଭା ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା। ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥି ସହ ପ୍ରଧାନମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୟୁପିରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଏହି ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଯୋଗୀ ଆଦିତ୍ୟନାଥ ଜୀଙ୍କୁ ଆଜି ଭେଟିଛନ୍ତି। ତାଙ୍କୁ ଉତ୍ତରପ୍ରଦେଶ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ। ଗତ ୫ ବର୍ଷ ମଧ୍ୟରେ ସେ ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ନିରନ୍ତର ପରିଶ୍ରମ କରିଛନ୍ତି। ମୁଁ ନିଶ୍ଚିତ ଯେ ଆଗାମୀ ବର୍ଷରେ ସେ ରାଜ୍ୟକୁ ବିକାଶର ଉଚ୍ଚତାକୁ ନେଇଯିବେ।
ସୂଚନାନୁସାରେ, ମାର୍ଚ୍ଚ ୨୦-୨୧ରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଯୋଗୀଙ୍କ ନୂତନ କ୍ୟାବିନେଟ ପାଇଁ ପ୍ରାୟ ୫୭ ମନ୍ତ୍ରୀ ଶପଥ ନେବେ। ୨୨-୨୪ କ୍ୟାବିନେଟ ମନ୍ତ୍ରୀ ରହିବେ ବୋଲି ଆଶା କରାଯାଉଛି।
ଏହାପୂର୍ବରୁ ଯୋଗୀ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏବଂ ଭାଜପା ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ ସନ୍ତୋଷଙ୍କୁ ମଧ୍ୟ ଭେଟିଥିଲେ। ଆଦିତ୍ୟନାଥ ଜାତୀୟ ରାଜଧାନୀରେ ଦୁଇ ଦିନ ରହିବାର ସମ୍ଭାବନା ରହିଛି।

Share