ଜନ୍ମପରେ ଶିଶୁର ଏହି ଅଙ୍ଗକୁ ରଖାଯାଏ ବାସ୍କରେ

ଶିଶୁଟିଏ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରୀ ଖେଳିଯାଏ। ତେବେ ଶିଶୁ ଜନ୍ମକୁ ନେଇ ପ୍ରାୟ ସବୁ ସ୍ଥାନରେ ଭିନ୍ନ ଭିନ୍ନ ନିୟମ ପାଳନ କରାଯାଏ। ବିଶ୍ୱର ଅନେକ ସମ୍ପ୍ରଦାୟ, ଶିଶୁ ଜନ୍ମ ହେବା ସମୟରେ ପୃଥକ ପୃଥକ ପରମ୍ପରା ପାଳନ କରିଥାନ୍ତି। କାରଣ ବିଶ୍ୱାସ କରାଯାଏ ଯେ, ଏହି ରୀତିନୀତି ଦ୍ୱାରା ପିଲାଟି ସମସ୍ତ ସମସ୍ୟାରୁ ରକ୍ଷା ପାଇପାରିବ। ତେବେ ବିକଶିତ ଦେଶଗୁଡିକ ମଧ୍ୟ ଏହି ନିୟମରୁ ବାଦ୍‌ ପଡ଼ିନାହାନ୍ତି।
ଜାପାନରେ ନବଜାତ ଶିଶୁର ନାଭି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦେଶରେ ଏକ ବିଶ୍ୱାସ ରହିଛି ଯେ, ନାଭି ମା’ ସହିତ ଜଡିତ ଏକ ପ୍ରତୀକ। ଏପରି ପରିସ୍ଥିତିରେ ଏହାକୁ ସମ୍ମାନ ଦେବା ଉଚିତ। ଏହି କାରଣରୁ, ଶିଶୁ ଜନ୍ମ ପରେ ନାଭିକୁ ଫୋପାଡି ଦିଆ ନ ଯାଇ ବାକ୍ସରେ ରଖାଯାଏ। ଜାପାନ ଭାଷାରେ ଏହାକୁ ହେସୋ-ନୋ-ଓ କୁହାଯାଏ।

Share