Categories: ଜାତୀୟ

ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ହ୍ବିପ୍‌ ଜାରି କଲା ଭାଜପା, କଂଗ୍ରେସ

ନୂଆଦିଲ୍ଲୀ,୧୪।୯: ଉଭୟ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସ ସେମାନଙ୍କ ନିଜ ନିଜ ଏମ୍‌ପିମାନଙ୍କୁ ହ୍ବିପ୍‌ ଜାରି କରି ୧୮ ରୁ ୨୨ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଉପସ୍ଥିତ ରହିବାକୁ କହିଛନ୍ତି। ଗୁରୁବାର କଂଗ୍ରେସ ଏହାର ଏମ୍‌ପିମାନଙ୍କୁ ସଂସଦରେ ଉପସ୍ଥିତ ରହିବାକୁ ଏବଂ ଦଳର ଆଭିମୁଖ୍ୟକୁ ସମର୍ଥନ କରିବାକୁ କହିଛି। ସେହିପରି ଭାଜପା ହ୍ବିପ୍‌ରେ ନିଜ ଏମ୍‌ପିମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଲ ଉପରେ ଆଲୋଚନା କରିବା ଏବଂ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିବା ପାଇଁ ସଂସଦରେ ଉପସ୍ଥିତ ରହିବାକୁ କହିଛି।

ଗୋଟିଏ ଦିନ ପୂର୍ବରୁ ସରକାର ଅଧିବେଶନ ପ୍ରଥମ ଦିନରେ ସମ୍ବିଧାନ ସଭାରୁ ନେଇ ଆଜି ପର୍ଯ୍ୟନ୍ତ ସଂସଦର ୭୫ ବର୍ଷର ଯାତ୍ରା, ସଫଳତା, ଅଭିଜ୍ଞତା, ସ୍ମୃତି ଏବଂ ଶିକ୍ଷା ଉପରେ ଏକ ବିଶେଷ ଆଲୋଚନା ପ୍ରକ୍ରିୟାରେ ତାଲିକାଭୁକ୍ତ କରିଛନ୍ତି। ଏଥିସହିତ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କିତ ବିଲକୁ ସରକାର ତାଲିକାଭୁକ୍ତ କରିଥିବା ଜଣାପଡିଛି। ଗତ ମୌସୁମୀ ଅଧିବେଶନରେ ରାଜ୍ୟ ସଭାରେ ଏହି ବିଲ ଆଗତ କରାଯାଇଥିଲା।

 

Share