ପାଟନା,୨ ।୩: ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି) ବିହାର ବିଧାନସଭା ନିର୍ବାଚନରେ ହାରିବା ପରେ ଦଳର ଅଧ୍ୟକ୍ଷ ଚିରାଗ ପାଶୱାନ ଅସୁବିଧାରେ ପଡି ଯାଇଛନ୍ତି । କାରଣ ଏହି ନିର୍ବାଚନ ପରେ ଏଲ୍ଜେପିର କେତେଜଣ କର୍ମୀ ଓ ନେତା ଏନ୍ଡିଏରେ ସାମିଲ ହୋଇଯାଇଛନ୍ତି । ନୀତୀଶ କୁମାରଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା କେବଳ ଉପରୁ ସମର୍ଥନ କରୁଥିଲେ ବି ଏବେ ଭାଜପା ଏଲ୍ଜେପିକୁ ଟାର୍ଗେଟ କରିଛି । ସୂଚନା ମୁତାବକ ପଶ୍ଚିମ ଚମ୍ପାରନର କେତେଜଣ ଏଲ୍ଜେପି କର୍ମୀ ଓ ନେତା ମଙ୍ଗଳବାର ଭାଜପାରେ ସାମିଲ ହେବାକୁ ଯାଉଛନ୍ତି । ଯାହା ଚିରାଗଙ୍କ ପାଇଁ ଏକ ଶକ୍ତ ଧକ୍କା ହେବ ବୋଲି ଆଲୋଚନା ହେଉଛି । ଜିଲା ମୁଖ୍ୟାଳୟରେ ଆୟୋଜିତ ମିଳନ ପର୍ବରେ ୧୫୦ରୁ ଅଧିକ ପଞ୍ଚାୟତ ଅଧ୍ୟକ୍ଷ ଭାଜପା ହାତ ଧରିବେ ବୋଲି ଜଣାପଡିଛି ।