Categories: ଜାତୀୟ

ଅଢେଇ ଲକ୍ଷ ଟଙ୍କା କରଜ କରି ସ୍ତ୍ରୀଙ୍କୁ କଲେ ନର୍ସ, ସ୍ତ୍ରୀ ପ୍ରେମିକଙ୍କ ସହ ଫେରାର

ରାୟପୁର,୫।୧୦: ଛତିଶଗଡରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ଅଢେଇ ଲକ୍ଷ ଟଙ୍କା କରଜ କରି ସ୍ତ୍ରୀଙ୍କୁ ନର୍ସ ପାଠ ପଢାଇଥିଲେ। ପାଠ ପଢି ନର୍ସ ହେବା ପରେ ସେ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। କେବଳ ଏତିକି ନୁହେଁ, ସେ ପ୍ରେମିକଙ୍କୁ ବିବାହ କରିସାରିଛନ୍ତି। ଏନେଇ ନଗର ପୋଲିସ ଷ୍ଟେଶନରେ ସ୍ବାମୀ ଅଭିଯୋଗ କରିଛନ୍ତି।
ଟିଙ୍କୁ ଯାଦବ ଜଣେ ଶ୍ରମିକ ଭରୟାବେ କାର୍ଯ୍ୟ କରନ୍ତି। ୨.୫ ଲକ୍ଷ ଟଙ୍କା ଋଣ ନେଇ ସ୍ତ୍ରୀ ପ୍ରିୟା କୁମାରୀଙ୍କୁ ଏନଏମ ପଢିବାକୁ ସୁଯୋଗ ଦେଇଥିଲେ। ପରିବାରର ଭବିଷ୍ୟତ ଭଲ ହେବା ଲକ୍ଷ୍ୟରେ ସେ ଏପରି କରିଥିଲେ। ନର୍ସିଂ ପାଠ୍ୟକ୍ରମର ଶେଷ ବର୍ଷରେ ପ୍ରିୟା ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରି ପ୍ରେମିକ ସହିତ ଫେରାର ହୋଇଯାଇଥିଲେ। ଦିଲ୍ଲୀର ଏକ ମନ୍ଦିରରେ ପ୍ରେମିକଙ୍କୁ ବିବାହ କରି ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ। ଏହି ଦେଖିବା ପରେ ଟିଙ୍କୁ ଯାଦବ ପୋଲିସ ନିକଟକୁ ଯାଇ ନ୍ୟାୟ ପାଇଁ ନିବେଦନ କରିଥିଲେ। ପ୍ରିୟାଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ଫେରସ୍ତ କରିବାକୁ ସେ ଦାବି କରିଛନ୍ତି।

Share