Categories: ଫୁରସତ

ମା’ଙ୍କ ଆପତ୍ତି ପରେ ବ୍ରେକ୍‌ଅପ କଲେ ପ୍ରେମିକା: ରାଗରେ ଏମିତି କାଣ୍ଡ ଘଟାଇଲେ ପ୍ରେମିକ

କର୍ନାଟକର ବାଙ୍ଗାଲୁରୁରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ କଲେଜ ଛାତ୍ରୀ ତାଙ୍କର ପୂର୍ବତନ ପ୍ରେମିକଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରେମିକ ତାଙ୍କ ସ୍କୁଟିରେ ନିଆଁ ଲଗାଇ ଦେଇଛନ୍ତି। ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି।
ଏହି ଘଟଣା ଘଟିଛି ବିଦ୍ୟାନାରାୟଣପୁର ଜିଲାରେ। ପ୍ରେମିକା କହିଛନ୍ତି, ବର୍ଷେ ପୂର୍ବେ ମା’ଙ୍କ ଆପତ୍ତି ଯୋଗୁ ସେ ଉକ୍ତ ପ୍ରେମିକଙ୍କ ଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ। ଏହା ପରେ ପୂର୍ବତମ ପ୍ରେମିକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଖାଲି ସେତିକି ନୁହେଁ, ପ୍ରେମିକ ତାଙ୍କ ତାଙ୍କୁ ସ୍କୁଟିରେ ନିଆଁ ଲଗାଇ ଜାଳିଦେଇଛନ୍ତି। ଏଥିସହ ପୂର୍ବତନ ପ୍ରେମିକ ତାଙ୍କ ଘରକୁ ଯାଇ ତାଙ୍କୁ ଏବଂ ତାଙ୍କ ମା’ଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି।
ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।

Share