ଆଇପିଓ କରିଦେଲା ମାଲାମାଲ: ପ୍ରଦୀପ ରାଥୋଡ ହେଲେ ଦେଶର ନୂଆ କୋଟିପତି

ମୁମ୍ବାଇ,୧୧ା୧୧: ସେୟାର ବଜାରରେ ସେଲୋ ୱାର୍ଲଡର ଆଇପିଓ ସଫଳ ପ୍ରବେଶ ଦେଶରେ ଆଉ ଜଣେ କୋଟିପତି ସୃଷ୍ଟି କରିଛି। କେସରୋଲ କିଙ୍ଗ ନାମରେ ପରିଚିତ ପ୍ରଦୀପ ରାଥୋଡ ଭାରତର କୋଟିପତିଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଶୁକ୍ରବାର କମ୍ପାନୀର ସେୟାର ୭୮୮.୪୦ ଟଙ୍କାରେ ବନ୍ଦ ହୋଇଥିଲା। ଏହା ସହିତ ସେଲୋ ୱାର୍ଲଡର ବଜାର ମୂଲ୍ୟ ୧୬,୭୩୨.୨୯ କୋଟି ଟଙ୍କା ହୋଇଯାଇଛି।

ସେଲୋ ୱାର୍ଲଡର ପ୍ରଦୀପ ରାଠୋର ଏବଂ ତାଙ୍କ ପରିବାର ପାଖରେ କମ୍ପାନୀର ପ୍ରାୟ ୭୮ ପ୍ରତିଶତ ଅଂଶ ରହିଛି। କମ୍ପାନୀ ୬୧୭ରୁ ୬୪୮ ଟଙ୍କା ମୂଲ୍ୟରେ ଆଇପିଓ ଆଣିଥିଲା। ଯାହାକୁ ବଜାରରେ ଭଲ ପ୍ରତିକ୍ରିୟା ମିଳିଥିଲା ଏବଂ ଏହାର ୩୯ ଗୁଣା ସବସ୍କ୍ରାଇବ ହୋଇଛି। କମ୍ପାନୀର ଉତ୍ପାଦ ବଜାରର ବେଶ ଲୋକପ୍ରିୟ ରହିଛି। ସୋମବାର ସେୟାର ବଜାରରେ କମ୍ପାନୀର ସେୟାର ଆସିଥିଲା। ସେୟାର ବଜାରରେ ସେଲୋ ୱାର୍ଲଡକୁ ମିଳୁଥିବା ପ୍ରତିକ୍ରିୟାରେ କମ୍ପାନୀର ସେୟାର ହୋଲଡର ବହୁତ ଖୁସି ଅଛନ୍ତି।

କେସରୋଲକୁ ଘରେ ଘରେ ପହଞ୍ଚାଇବା ପାଇଁ ସେଲୋ ୱାର୍ଲଡ ଅଧ୍ୟକ୍ଷ ଏବଂ ଏମଡି ପ୍ରଦୀପ ରାଥୋଡଙ୍କ ବଡ଼ ଯୋଗଦାନ ରହିଛି। ସେ ଭାରତରେ ପ୍ଲାଷ୍ଟିକ ଉତ୍ପାଦକୁ ଏକ ନୂଆ ଦିଶା ଦେଇଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମଜବୁତ ବ୍ରାଣ୍ଡ ଇମେଜ ଏବଂ ସମ୍ପୂର୍ଣ୍ଣ ଦେଶରେ କମ୍ପାନୀର ଉତ୍ପାଦ ପହଞ୍ଚିବା କାରଣରୁ ଆଇପିଓକୁ ଏହି ସଫଳତା ମିଳିଛି।

Share