Categories: ଜାତୀୟ

ସେପ୍ଟେମ୍ବର ୨ରେ ଲଞ୍ଚ୍‌ ହେବ ଇସ୍ରୋର ସୂର୍ଯ୍ୟ ମିଶନ

ନୂଆଦିଲ୍ଲୀ,୨୫।୮: ମିଶନ ମୁନ ଅଧୀନରେ ଇସ୍ରୋ ଚନ୍ଦ୍ରୟାନ-୩କୁ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରି ଇତିହାସ ସୃଷ୍ଟି କରିଛି। ଇସ୍ରୋ ମିଶନ ସନ ଅଧୀନରେ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବାର ପ୍ରସ୍ତୁତ କରୁଛି। ସେପ୍ଟେମ୍ବର ୨ରେ ଇସ୍ରୋ ପିଏସ୍‌ଏଲଭି ରକେଟ ମାଧ୍ୟମରେ ସତୀଶ ଧୱନ ସ୍ପେସ ସେଣ୍ଟର ଏସ୍‌ଏଚ୍‌ଏଆର ଶ୍ରୀହାରିକୋଟାଠାରେ ଆଦିତ୍ୟ-ଏଲ ୧ର ଲଞ୍ଚ କରିବ।

ଇସ୍ରୋର ଆଦିତ୍ୟ-ଏଲ ୧ ମିଶନ ହେଉଛି ଭାରତୀୟ ସ୍ପେସ ଏଜେନ୍ସିର ସବୁଠାରୁ କଠିନ ମିଶନ। ଇସ୍ରୋ ଚେୟାରମ୍ୟାନ ଏସ୍‌ ସୋମନାଥ ମଧ୍ୟ କହିଛନ୍ତି, ଭାରତ ବର୍ତ୍ତମାନ ସୂର୍ଯ୍ୟଙ୍କ ଉପରେ ପ୍ରସ୍ତୁତି ଚଳାଇଛି। ଗତ କିଛି ମାସ ହେବ ସ୍ପେସ ଏଜେନ୍ସିର ଧ୍ୟାନ ଚନ୍ଦ୍ରୟାନ-୩ ଉପରେ ଥିଲା। ଏଥିସହିତ ଇସ୍ରୋ ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛି ଯାହା ଆସନ୍ତା ମାସରେ ଉଡାଣ ଭରିବାକୁ ପ୍ରସ୍ତୁତ।

 

Share