Categories: ଜାତୀୟ

ଚନ୍ଦ୍ରୟାନ-୩ ସଫଳ ହେବାପରେ ଇସ୍ରୋ ମୁଖ୍ୟଙ୍କୁ ଫୋନରେ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪।୮: ଚନ୍ଦ୍ରୟାନ-୩ ବୁଧବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହ ଭାରତ ଇତିହାସ ସୃଷ୍ଟି କରିଛି। ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସନ୍ଧ୍ୟା ଠିକ୍‌ ୬ଟା ୪ ମିନିଟରେ ଓହ୍ଲାଇବା ସହ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କାର୍ଯ୍ୟାଳୟରେ ଉତ୍ସବର ଝଲକ ଦେଖିବାକୁ ମିଳିଥିଲା। ମିଶନର ସଫଳତା ପାଇଁ ଇସ୍ରୋ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋହାନ୍ସବର୍ଗର ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କୁ ଫୋନ୍‌ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏସ ସୋମନାଥଙ୍କୁ କହିଛନ୍ତି ଯେ, ସେମାନାଥ ଜୀ, ଆପଣଙ୍କ ନାମ ବି ଚନ୍ଦ୍ରମା ସହ ଜଡିତ। ଆପଣଙ୍କ ପରିବାର ସଦସ୍ୟ ମଧ୍ୟ ଖୁସି ହେବେ। ଆପଣଙ୍କୁ ଏବଂ ଆପଣଙ୍କ ଟିମ୍‌କୁ ଅଭିନନ୍ଦନ। ଦୟାକରି ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇଦେବେ।ଯଦି ସମ୍ଭବ, ମୁଁ ଖୁବ୍‌ଶୀଘ୍ର ଆପଣଙ୍କୁ ବ୍ୟକ୍ତିଗତ ଭାବେ ଭେଟିବି।
ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ ଅବତରଣ କରାଇ ନୂଆ ଇତିହାସ ଲେଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବ୍ରିକ୍ସ ସମିଟ୍‌ ପାଇଁ ଦକ୍ଷିଣ ଆଫ୍ରିକାରେ ଥିବା ପ୍ରଧାନମନ୍ତ୍ରୀ ଚନ୍ଦ୍ରୟାନ-୩ର ଅବତରଣ ଉଦ୍ୟମକୁ ଭର୍ଚୁଆଲି ଦେଖିଥିଲେ। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ଓ ଏହାର ବୈଜ୍ଞାନିକମାନଙ୍କୁ ହୃଦୟଭରା ଅଭିନନ୍ଦନ ଜଣାଇଛନ୍ତି। ସେ ଦକ୍ଷିଣ ଆଫ୍ରିକାରେ ଥାଇପାରନ୍ତି, ହେଲେ ତାଙ୍କ ହୃଦୟ ସବୁବେଳେ ଚନ୍ଦ୍ରୟାନ ମିଶନ ସହ ରହିଛି ବୋଲି ଦକ୍ଷିଣ ଆଫ୍ରିକାରେ ଭର୍ଚୁଆଲି ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି।

Share