ଛତିଶଗଡ଼ ପରେ ଏବେ ଏହି ରାଜ୍ୟରେ ଲକ୍‌ଡାଉନ ଘୋଷଣା

ଭୋପାଳ,୮।୪: ଦେଶରେ ଲଗାତର ଭାବେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ଉପରେ ରୋକୋ ଲଗାଇବା ପାଇଁ ଏବେ ସବୁ ରାଜ୍ୟସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଛତିଶଗଡ଼ ପରେ ଏବେ ମଧ୍ୟପ୍ରଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। କରୋନା ମୁକାବିଲା ପାଇଁ ଗୁରୁବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟର ସମସ୍ତ ସହରାଞ୍ଚଳରେ ୬୦ ଘଣ୍ଟିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ଏହି ଲକ୍‌ଡାଉନ ଲାଗୁ ରହିବ।

Share