ଚାଇନା ସମରାଭ୍ୟାସ ଶେଷ ପରେ ଆମେରିକା ପଠାଇଲା ଯୁଦ୍ଧପୋତ…

ଓ୍ବାଶିଂଟନ,୧୭।୪ : ତାଇୱାନକୁ ନେଇ ଉତ୍ତେଜନା ବୃଦ୍ଧି ପାଉଛି। ଚାଇନାର ସମରାଭ୍ୟାସ ପରେ ବର୍ତ୍ତମାନ ଆମେରିକା ତାର ଯୁଦ୍ଧ ପୋତ ମିଲିୟସକୁ ତାଇୱାନ ଷ୍ଟ୍ରାଇଟକୁ ପଠାଇଛି। ଏଭଳି ପରିସ୍ଥିତିରେ ଚାଇନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଚାଇନା କହିଛି ଆମେରିକାର ଯୁଦ୍ଧ ଜାହାଜ ତାଇୱାନ ଷ୍ଟ୍ରାଇଟ ଦେଇଯାଉଥିବାର ଟ୍ରାକ ହୋଇଛି। ତେଣୁ ଚାଇନା ମଧ୍ୟ ଏ ସମ୍ପର୍କରେ ଏକ ହାଇ ଆଲର୍ଟ ଜାରି କରିଛି।

ତାଇୱାନ ଷ୍ଟ୍ରାଇଟରେ ଆମେରିକାର ଯୁଦ୍ଧପୋତ ଆସିବା ପରେ ଚାଇନା ପକ୍ଷରୁ ଦୃଢ଼ ପ୍ରତିକ୍ରିୟା ଆସିବାର ଆଶଙ୍କା ରହିଛି। ଚାଇନେ ପୂର୍ବରୁ ଚେତାବନୀ ଦେଇଛି ଯେ ଯଦି ଆମେରିକା ତାଇୱାନର ଅଞ୍ଚଳକୁ ଆସେ, ତେବେ ଏହାର ଉପଯୁକ୍ତ ଉତ୍ତର ଦିଆଯିବ।

ଖବର ଅନୁଯାୟୀ, ଆମେରିକାର ନୌସେନା ତାଇୱାନ ଷ୍ଟ୍ରାଇଟ ଦେଇ ଯୁଦ୍ଧ ଜାହାଜ ପଠାଇଛି। ଏହି ଯୁଦ୍ଧ ଜାହାଜ ତାଇୱାନ ଷ୍ଟ୍ରାଇଟରେ ପହଞ୍ଚିଛି।

ଆମେରିକାର ନୌସେନାର ସପ୍ତମ ଫ୍ଲାଇଟ କହିଛି, ଆମେରିକାର ଯୁଦ୍ଧ ଜାହାଜ ରବିବାର ତାଇୱାନ ଷ୍ଟ୍ରାଇଟରେ ପହଞ୍ଚିବା ଏକ ସାଧାରଣ ପ୍ରକ୍ରିୟା। ଏହା ରୁଟିନର ଏକ ଅଂଶ। ସେ ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧ ଜାହାଜ କୌଣସି ଉପକୂଳବର୍ତ୍ତୀ ଦେଶର ଆଞ୍ଚଳିକ ସମୁଦ୍ର ବାହାରେ ଥିବା ଏକ କରିଡର ଦେଇ ଯାଇଛି।

Share