ଚାଇନା ପରେ ଏବେ ଆମେରିକାରେ ବ୍ୟାପିଲାଣି ରହସ୍ୟମୟ ନିମୋନିଆ!

ଓ୍ବାଶିଂଟନ,୧।୧୨: ଆମେରିକାର ଓହିଓରେ ବହୁ ସଂଖ୍ୟକ ଶିଶୁ ରହସ୍ୟମୟ ନିମୋନିଆରେ ପୀଡିତ ହୋଇଥିବା କୁହାଯାଉଛି। ଏହି କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାଇନାରେ ମଧ୍ୟ ରହସ୍ୟମୟ ନିମୋନିଆ ରୋଗ ଏବେ ଶିଖରରେ ଅଛି, ଯେଉଁଠାରେ ପିଲାମାନଙ୍କୁ ବହୁ ସଂଖ୍ୟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ, ଓହିଓ ହେଉଛି ଆମେରିକାର ଏକମାତ୍ର ରାଜ୍ୟ ଯେଉଁଠାରେ ଚାଇନା ଭଳି ରହସ୍ୟମୟ ନିମୋନିଆ ରୋଗ ବ୍ୟାପିଛି। ୱାରେନ କାଉଣ୍ଟି ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଅଗଷ୍ଟରୁ ଏବେ ପର୍ଯ୍ୟନ୍ତ ୧୪୨ ଶିଶୁ ଚିକିତ୍ସା ମାମଲା ସାମ୍ନାକୁ ଆସିଛି, ଯାହାକୁ ହ୍ବାଇଟ ଲଙ୍ଗ ସିଣ୍ଡ୍ରୋମ ନାମ ଦିଆଯାଇଛି।
ୱାରେନ କାଉଣ୍ଟି ଅଧିକାରୀ ବୁଧବାର ଏକ ବିବୃତ୍ତିରେ କହିଛନ୍ତି ଯେ ଓହିଓ ମେଡିକାଲ ବିଭାଗ ପାଇଁ ହ୍ବାଇଟ ଲଙ୍ଗ ସିଣ୍ଡ୍ରୋମ ଏକ ଚ୍ୟାଲେଞ୍ଜ ପାଲଟିଛି। ସେ କହିଛନ୍ତି ଯେ ଏହି ରୋଗ ଚାଇନାରେ ବ୍ୟାପିଥିବା ରୋଗ ସହିତ ସମାନ। ଅନେକ ୟୁରୋପୀୟ ଦେଶ ଏହି ପରି ସମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

Share