Categories: ଖେଳ

ଖ୍ରୀଷ୍ଟିଆନ ପରେ ଏବେ ହିନ୍ଦୁ ରୀତିନୀତିରେ ବିବାହ କଲେ ହାର୍ଦ୍ଦିକ

ଭାରତର ତାରକା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଖ୍ରୀଷ୍ଟିଆନ ପରେ ଏବେ ହିନ୍ଦୁ ରୀତିନୀତି ଅନୁଯାୟୀ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଛନ୍ତି। ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଏହାର ଫଟୋ ମଧ୍ୟ ଶେୟାର କରିଛନ୍ତି। ଉଭୟଙ୍କର ମଧ୍ୟ ଏକ ପୁଅ ଅଛି, ଯାହାର ନାମ ଅଗସ୍ତ୍ୟ।
ତିନି ବର୍ଷର କୋର୍ଟ ବିବାହ ପରେ ଦୁହେଁ ପ୍ରଥମେ ଖ୍ରୀଷ୍ଟିଆନ ଧର୍ମ ଏବଂ ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ୨୦୨୦ରେ ହାର୍ଦ୍ଦିକ ଏବଂ ନତାଶାଙ୍କ ଡେଟିଂ ଖବର ସାମ୍ନାକୁ ଆସିଥିଲା। ଏହି ବର୍ଷ ଦୁହେଁ କୋର୍ଟରେ ବିବାହ କରିଥିଲେ। କୋର୍ଟ ବିବାହ ପୂର୍ବରୁ ନତାଶା ଗର୍ଭବତୀ ହୋଇଥିଲେ।
ଫେବୃଆରୀ ୧୪ରେ ଖ୍ରୀଷ୍ଟିଆନ ରୀତିନୀତିରେ ବିହାହ ଫଟୋ ଶେୟାର କରି ହାର୍ଦ୍ଦିକ କ୍ୟାପସନରେ ଲେଖିଥିଲେ – ତିନି ବର୍ଷ ପୂର୍ବେ ନିଆଯାଇଥିବା ଶପଥକୁ ଦୋହରାଇ ଆମେ ଏହି ପ୍ରେମ ଦ୍ୱୀପରେ ଭାଲେଣ୍ଟାଇନ୍ସ ଡେ’ ପାଳନ କରିଛୁ। ଆମ ପରିବାର ଏବଂ ସାଙ୍ଗମାନେ ଆମ ସହିତ ରହିଥିବାରୁ ଆମେ ପ୍ରକୃତରେ ଆଶୀର୍ବାଦପ୍ରାପ୍ତ।

Share