ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି। ଉକ୍ତ ଗ୍ରାମର ସନ୍ତୋଷୀ ବେହେରା ଉକ୍ତ ମହିଳାମାନେ ବିଭିନ୍ନ ମାଇକ୍ରୋ ଫାଇନାନ୍ସରୁ ଆତ୍ମନିର୍ଭରଶୀଳ ହେବା ପାଇ ଉଠାଇଥିବା ୨୮ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଓ ଗାଁ ଫଣ୍ଡ ରେ ଥିବା ୧୫ଲକ୍ଷ
ରୁ ଅଧିକ ଟଙ୍କା ଚଞ୍ଚକତା ସହ ନେଇ ଫେରାର ହୋଇଛନ୍ତି। ସାମୀ ଋଷିନ୍ଦ୍ର ବେହେରା ଓ ପିଲା ମାନଙ୍କୁ ନେଇ ଗାଁରୁ ଫେରାର ହେବା ପରେ ରବିବାର ୫୦ରୁ ଊଦ୍ଧର୍‌ବ ମହିଳା ଓ ପୁରୁଷ ପାଟଣା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ସବୁ ଟଙ୍କା ନିଜେ ସୁଝିବେ କହି ସେ ଅର୍ଥ ଆତ୍ମସାତ କରିଥିବା ଥାନାରେ ଅଭିଯୋଗ ହୋଇଛି।