କରୋନା ସମୟରେ ମୃତ୍ୟୁ ବିଷୟରେ ଭାବିଲେ ଜୀବନ ହୋଇଯିବ ରଙ୍ଗହୀନ!

ବେଜିଂ: ମହାମାରୀ କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତା ପାଳନ ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ଏହି ମହାମାରୀ ଆରମ୍ଭ ହୋଇଥିବା ଉହାନରୁ ଏମିତି ଅନେକ ଘଟଣା ସମ୍ମୁଖକୁ ଆସୁଛି ଯାହାକୁ ଶୁଣିବା ପରେ ବିଶ୍ୱାସ ମଧ୍ୟ କରିହେଉ ନାହିଁ। ଓହାନରେ ଥିବା ଏକ ପାର୍କରେ ଲୋକେ ଓ୍ବିକ୍‌ଏଣ୍ଡକୁ ଉପଭୋଗ କରୁଥିବାର ଅନେକ ଫଟୋ ଏବଂ ଭିଡିଓ ନିକଟରେ ଦେଖିବାକୁ ମିଳିଥିଲା। ଏବେ ଗ୍ରାଣ୍ଡ୍‌ମଦର ମଡେଲ ଖବର ସମ୍ମୁଖକୁ ଆସିଛି।
‘ଗ୍ଲାମା ବେଜିଂ’, ୪ ବୟସ୍କ ମହିଳାଙ୍କର ଏକ ଗ୍ୟାଙ୍ଗ। ତେବେ ସେମାନେ ଗ୍ରାଣ୍ଡ୍‌ମଦର ଭାବେ ବେଶ୍‌ ଜଣାଶୁଣା। ସମସ୍ତ ମହିଳାଙ୍କ ବୟସ୍କ ୬୦ରୁ ଊର୍ଦ୍ଧ୍ୱ ହେବ। ତେବେ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ମଧ୍ୟରେ ଏହି ମହିଳାଙ୍କୁ ଅଗଷ୍ଟ ୧୩ରେ ବେଜିଂରେ ଥିବା ସାନ୍‌ଲିଟୁନରେ ଦେଖିବାକୁ ମିଳିଥିଲା। ଏହା ସେଠାକାର ସବୁଠାରୁ ଜନଗହିଳାପୂର୍ଣ୍ଣ ବଜାର। ଏହି ୪ ମହିଳାରେ ସେଠାରେ ବୁଲିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ସେମାନେ ସେଠାକାର ପାରମ୍ପରିକ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଏହି ମହିଳାମାନେ ଘରେ ରହି ନିିଜର ଭିଡିଓ ଅପ୍‌ଲୋଡ୍‌ କରିବା ସହ ବ୍ୟୁଟି ଏବଂ ଫିଟ୍‌ନେସ୍‌ ଟିପ୍ଟ ଦେଉଥିଲେ। ଏମାନଙ୍କ ମଧ୍ୟରୁ ଲିନ୍‌ ଓ୍ବି ନାମକ ଜଣେ ମହିଳା କୁହନ୍ତି, ଯଦି ଆମେ ସବୁବେଳେ ନିଜ ବୟସ ଏବଂ ମୃତ୍ୟୁ ବିଷୟରେ ଭାବିବା ତେବେ ବିଜନ ରଙ୍ଗହୀନ ହୋଇଯିବ।

Share