କରୋନା ପରେ ଏବେ ନିମୋନିଆ

ବମ୍ବେ: କରୋନା ପରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ନିମୋନିଆ। ଫଳରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଚିନ୍ତା ବଢ଼ିଛି। ସେ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଛି। ସେ ଆହୁରି ୧୦ରୁ ୧୨ ଦିନ ଆଇସିୟୁରେ ରହିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ସମଧାନୀ କହିଛନ୍ତି, ‘ଗାୟିକା ଲତା ମଙ୍ଗେସ୍କର ଆଇସିୟୁ ୱାର୍ଡରେ ରହିବେ। ତାଙ୍କୁ ୧୦-୧୨ ଦିନ ନିରୀକ୍ଷଣରେ ରଖାଯିବ। କୋଭିଡ ସହ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ତାଙ୍କ ଅବସ୍ଥା ସାମାନ୍ୟ ଚିନ୍ତାଜନକ ରହିଛି। ହେଲେ ଅବସ୍ଥା ସ୍ଥିର ରହିଛି।’

ଲତା ଅସୁସ୍ଥ ନେଇ ଖବର ସାମ୍ନାକୁ ଆସିବା ପରେ ଆଶୁ ଆରୋଗ୍ୟ କାମନା କରିବା ସହ ଭଗବାନଙ୍କ ନିକଟରେ ଆରୋଗ୍ୟ ନେଇ ପ୍ରାର୍ଥନା କରୁଛନ୍ତି। ଏପରି ସୋସିଆଲ ମିଡିଆରେ ଗେଟ୍‌ ୱେଲ୍‌ ସୁନ୍‌ ଲତା ଟ୍ରେଣ୍ଡ କରୁଛି।

Share