Categories: ଜାତୀୟ

ସତର୍କ ନ ରହିଲେ ସ୍ଥିତି ଭୟଙ୍କର

ନୂଆଦିଲ୍ଲୀ,୯।୭: କିଛି ଦିନ ହେଲା ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏନେଇ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କୋହଳ କରାଯାଇଛି। ହେଲେ କୋହଳ କଟକଣା ମଧ୍ୟରେ ସତର୍କତା ଅବଲମ୍ବନ ନ କଲେ ପୁଣି ସଂକ୍ରମଣ ବଢିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଲୋକଙ୍କ ସତର୍କତାରେ ଢିଲା ହେବା ଫଳରେ ବ୍ରିଟେନ, ଋଷିଆ, ବାଂଲାଦେଶରେ କିଭଳି ଭାବେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି ଏହାର ଉଦାହରଣ ଦେଇ ଲୋକଙ୍କୁ ସତର୍କ ରହିବାକୁ କହିଥିଲେ। ବର୍ତ୍ତମାନ ଦେଶର କିଛି ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଏହା ପୁଣି ବିପଦକୁ ଆଣିପାରେ।

Share