କଟକ ପରେ ପୁଣି ମାଞ୍ଜା ସୂତାରେ କଟିଲା ଆଉ ଜଣଙ୍କ ବେକ

ପୁରୀ ଅଫିସ,୨୭।୧୨: କଟକ ପରେ ପୁରୀରେ ମାଞ୍ଜା ସୂତା ଲାଗି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଉକ୍ତ ବ୍ୟକ୍ତି ହେଲେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ର । ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ ବେକରେ ଗୁଡି ସୂତା ଲାଗି କଟି ଯାଇଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି। ରବିବାର ସାରେ ଜଗତପୁର ପୀରବଜାରରେ ଗୁଡ଼ି ସୂତା ଲାଗି ଭୟରପୁରର ଜୟନ୍ତଙ୍କ ବେକ କଟି ଯାଇଥିଲା । ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହାଇକୋର୍ଟ ପୂର୍ବରୁ ମାଞ୍ଜା ସୂତାକୁ ବ୍ୟାନ କରିଥିବା ବେଳେ ପ୍ରଶାସନ ଏହାକୁ କଡାକଡି ଭାବେ ଲାଗୁ କରିବା ନେଇ ଦାବି ଉଠିବାରେ ଲାଗିଛି ।

Share