ଲଙ୍କା କାଟିବା ପରେ…

ଲଙ୍କା କାଟିବା କିମ୍ବା ଚକଟିବା ପରେ ସାଧାରଣତଃ ହାତ ପୋଡ଼ାଜଳା କରିଥାଏ। କିନ୍ତୁ ବିଭିନ୍ନ ପ୍ରକାର ଘରୋଇ ଉପାୟରେ ଏହି କଷ୍ଟରୁ ମୁକ୍ତି ମିଳିପାରିବ। ତେଣୁ ଜାଣି ରଖନ୍ତୁ କିଛି ଟିପ୍ସ।
ଲଙ୍କା କାଟିବା ପରେ ହାତ ପୋଡୁଥିଲେ ମହୁକୁ ଭଲଭାବେ ହାତରେ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ମହୁରେ ଔଷଧୀୟ ଗୁଣ ରହିଥିବାରୁ ଖୁବ୍‌ଶୀଘ୍ର ପୋଡ଼ାଜଳା ଦୂର ହୋଇଥାଏ।
କ୍ଷୀର, ଦହି, ଲହୁଣୀ ଆଦି ଯେକୌଣସି ପଦାର୍ଥକୁ ହାତରେ କିଛି ସମୟ ଲଗାଇ ରଖିବା ପରେ ଲଙ୍କାଜନିତ ପୋଡାଜଳା ଦୂର ହୋଇଯାଏ।
ଲଙ୍କା ବାଜି ହାତ ପୋଡୁଥିଲେ ସେହି ସ୍ଥାନରେ ଆପଣ ଲେମ୍ବୁରସ ଲଗାନ୍ତୁ। କିଛି ସମୟ ପରେ ଆରାମ ଲାଗିବ।
ହାତରେ କିଛି ସମୟ ପର୍ଯ୍ୟନ୍ତ ବରଫ ଖଣ୍ଡକୁ ଘଷିଲେ ପୋଡ଼ାଜଳାରୁ ଅନେକାଂଶରେ ମୁକ୍ତି ମିଳିଥାଏ।
ଲଙ୍କା ଯୋଗୁ ହାତ ପୋଡ଼ାଜଳା ହେଉଥିଲେ ଆଲୋବେରାକୁ ମଧ୍ୟ ବ୍ୟବହାର କରିହେବ। ଆଲୋବେରା ରସକୁ ହାତରେ ଭଲଭାବେ ସବୁଆଡେ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ଧୀରେ ଧୀରେ ହାତର ପୋଡାଜଳା କମ୍‌ ହୋଇଯିବ।