Categories: ରାଜ୍ୟ

ଟିକେଟ୍ କଟିବା ପରେ ବିଧାୟକ ବିଜୟ ଶଙ୍କରଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୪ା୫(ଅନିଲଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। କୁଳମଣି ସାମଲଙ୍କୁ ବିଜୁ ଜନତା ଜଳର ଉପସଭାପତି ନିଯୁକ୍ତି ଦିଅଯାଇଥିବା ବେଳେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶଙ୍କୁ ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ସଂଯୋଜକ ଦାୟିତ୍ୱ ମିଳିଛି।

ସେହିଭଳି ସରସ୍ବତୀ ମିଶ୍ରଙ୍କୁ ଆସ୍କା ସଂସଦୀୟ ନିର୍ବାଚନ ମଣ୍ଡଳୀ ନିର୍ବାଚନ ସଂଯୋଜକ, ସୌମ୍ୟଜିତ ମହାପାତ୍ରଙ୍କୁ ବାଲିକୁଦା-ଏର୍ସମା ବିଧାନସଭା ନିର୍ବାଚନ ମଣ୍ଡଲୀ ସଂଯୋଜକ, ସଂଗ୍ରାମ ମନ୍ତ୍ରୀଙ୍କୁ ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ସଂଯୋଜକ ଏବଂ ଶିଖା ଉମେଶ ସ୍ବାଇଁଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Share