ଭୁବନେଶ୍ୱର,୨୭।୪: ଟିକେଟ୍ କଟିବା ପରେ କଂଗ୍ରେସ ଛାଡିଲେ ମୋହନ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ। କଂଗ୍ରେସ ଉପରେ ବର୍ଷିବା ସହ ଶନିବାର ଦଳର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଆଇସିସି ନିଷ୍ପତ୍ତି ଆମକୁ ଲଜ୍ଜିତ କରୁଛି, ଟିକେଟ୍ ଦେଇ ପୁଣି କାଟୁଛି ଦଳ। ଯଦି ମୋର ଯୋଗ୍ୟତା ନ ଥିଲା, ତେବେ କାହିଁକି ଟିକେଟ ଦେଇଥିଲେ। ୪୮ ଘଣ୍ଟାରେ ୫୦ ହଜାର ସହ ଖର୍ଚ୍ଚ ବାବଦ ୭ ଲକ୍ଷ ନ ଦେଲେ କୋର୍ଟ ଯିବି ବୋଲି ମୋହନ କହିଛନ୍ତି।