ବାତ୍ୟା ପରେ ମାଡ଼ି ଆସିଲା ସମୁଦ୍ର ଜୁଆର: ବୁଡ଼ିଗଲା ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆ

ରାଜନଗର,,୨୫ା୧୦: ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କେନ୍ଦ୍ରାପଡ଼ା ସାତଭାୟା ଅଂଚଳରେ ମାଡି ଆସିଛି ସୁଉଚ୍ଚ ସମୁଦ୍ର ଜୁଆର। ଫଳରେ ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆରେ ପାଣି ପଶିଯାଇଛି। ସୁମଦ୍ରର ଜୁଆର ମାଡି ଆସିବାରୁ ପାଣି ଘେରରେ ୫୭୧ ପରିବାର ରହିଛନ୍ତି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ବାତ୍ୟା ଦାନା ଲ୍ୟାଣ୍ଡଫଲ୍‌ କରିବା ପରେ ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଉପକୂଳ ଅଞ୍ଚଳରେ ୮୦ ରୁ ୧୦୦ କିମି ବେଗରେ ପବନ ବହିଥିଲା।

ଫଳରେ ରାଜନଗର-ଗୁପ୍ତି, ନଳିତାପାଟିଆ-ଡାଙ୍ଗମାଳ, ରାଜନଗର-ତାଳଚୁଆ ରାସ୍ତାରେ ଗଛ ଭାଙ୍ଗି ପଡ଼ିଛି। ଭାଙ୍ଗି ଯାଇଥିବା ଗଛକୁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ସଙ୍ଗେ ସଙ୍ଗେ କାଟି ହଟାଇ ଦିଆଯାଇଛି। କେତେକ ସ୍ଥାନରେ କଚ୍ଚାଘର ପବନ ମାଡ଼ରେ ଶୋଇପଡ଼ିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମୁଖ୍ୟତଃ ରାଜନଗର ବ୍ଲକର ତାଳଚୁଆ, ବାଘମାରି, ରଙ୍ଗଣୀ, କୃଷ୍ଣନଗର, ଖମାରସାହି, ଡାଙ୍ଗମାଳ, ଗୁପ୍ତି, ସାତଭାୟା, ପେଣ୍ଠ ଆଦି ଅଧିକ କ୍ଷୟକ୍ଷତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ପରେ ପବନ ସାଙ୍ଗକୁ ଲାଗି ରହିଛି ବର୍ଷା, ଆକଳନ ଠାରୁ…

ଭଦ୍ରକ,୨୫ା୧୦(ସନାତନ ରାଉତ): ପାଣିପାଗ ବିଭାଗ ସୂଚନା ମୁତାବକ ୨୪ ତାରିଖ ରାତିରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। କିନ୍ତୁ ଯେଉଁ ଆକଳନ କରାଯାଇଥିଲା ତା’ଠାରୁ କମ୍‌...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ପଥର ବୋଝେଇ ହାଇଓ୍ବା

ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ଅଞ୍ଚଳରେ ଗୁରୁବାର ପଥର ବୋଝେଇ ହାଇଓ୍ବା ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଜଣେ ରହିଥିବାବେଳେ ସେ...

ବାତ୍ୟା ‘ଦାନା’ରେ ଜନ୍ମହେଲେ ୧୬୦୦ ଶିଶୁ

ଭୁବନେଶ୍ୱର,୨୫ା୧୦: ବାତ୍ୟା ‘ଦାନା’ ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳ ଛୁଇଁଛି। ଧୀରେ ଧୀରେ ଏହା ଦୁର୍ବଳ ହେବାରେ ଲାଗିଛି। ବାତ୍ୟାକୁ ଦୃଦଟିରେ ରଖି ଓଡିଶାର...

ବାତ୍ୟା ପରେ ବି ଏହି ୩ ଜିଲାକୁ ନିସ୍ତାର ନାହିଁ, ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି

ଭୁବନେଶ୍ୱର,୨୫।୧୦: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଭୀଷଣ ବାତ୍ୟାର ରୂପ...

ଦିନ ୧୨ଟା ପରେ ଗଡ଼ିବ ଟ୍ରେନ୍‌, ବାତିଲ ଟ୍ରେନ୍‌ ଛଡ଼ା…

ଭୁବନେଶ୍ୱର,୨୫ା୧୦: ବାତିଲ ଟ୍ରେନ୍‌ ଛଡ଼ା ଅନ୍ୟ ଟ୍ରେନ୍‌ ସମୟ ଅନୁସାରେ ଗଡ଼ିବ ବୋଲି ପୂର୍ବତଟ ରେଲଓ୍ବେ ପକ୍ଷରୁ ଶୁକ୍ରବାର ସୂଚନା ଜାରି ହୋଇଛି। ବିଶାଖାପାଟଣା ପଟୁ...

ପୋଲିସକୁ ଧକ୍କା ମାରି ଥାନାରୁ ଫେରାର ମାରିଥିଲେ ଗଞ୍ଜେଇ ବେପାରୀ, ଆଉ ଏବେ…

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନାରୁ ପୋଲିସକୁ ଧକ୍କା ମାରି ଗତ ସେପ୍ଟେମ୍ବର ୩୦ ତାରିଖ ସକାଳ ୬ଟାରେ ଫେରାର ମାରିଥିବା ଗଞ୍ଜେଇ...

ବାତ୍ୟା ପରେ ଏବେ ବନ୍ୟା ଆଶଙ୍କା, ଏସବୁ ଜିଲାରେ ଭୟଙ୍କର…

ଭୁବନେଶ୍ୱର,୨୫ା୧୦: ବାତ୍ୟା ପରେ ଏବେ ବନ୍ୟା ଆଶଙ୍କାରେ କିଛି ଜିଲାବାସୀ ଆତଙ୍କିତ। ଏହି ଜିଲାଗୁଡ଼ିକ ହେଲା କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ବାଲେଶ୍ବର, ଭଦ୍ରକ,...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଅଧୀନ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୨୪ ନିର୍ବାଚନରେ ଭାଜପା ଟିକେଟରେ କେ. ଅନିଲ କୁମାର ବିଜୟୀ ହୋଇ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri