୯ ବର୍ଷ ଡେଟିଂ ପରେ ବାଲ୍ୟ ବାନ୍ଧବୀଙ୍କୁ ବିବାହ କରିଥିଲେ ଇମ୍ରାନ…

ମୁମ୍ବାଇ,୧୩।୧: ବଲିଉଡ୍‌ ଷ୍ଟାର ଇମ୍ରାନ୍‌ ଖାଁଙ୍କୁ ବୁଧବାର ୩୭ ବର୍ଷ ପୂରଣ ହୋଇଛି। ସେ ୩୮ ବର୍ଷରେ ପାଦ ଦେଇଛନ୍ତି। ୧୯୮୩ ଜାନୁୟାରୀ ୧୩ରେ ଆମେରିକା ଓ୍ବସକସିନ୍‌ର ମାଡିସନ୍‌ଠାରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ସେ ୧୯୮୮ରେ ଶିଶୁ କଳାକାର ଭାବେ କୟାମତ୍‌ ସେ କୟାମତ୍‌ ତକ୍‌ ଫିଲ୍ମରେ ଅଭିନୟ କରିଥିବାବେଳେ ୧୯୯୨ରେ ଯୋ ଜିତା ଓ୍ବହି ସିକନ୍ଦର ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ପରେ ୨୦୦୮ରେ ଜାନେ ତୁ ୟା ଜାନେ ନା ଫିଲ୍ମରେ ଜେନେଲିଆଙ୍କ ସହିତ ଅଭିନୟ କରିଥିଲେ। ଏହାପରେ ସେ ଆଇ ହେଟ୍‌ ଲଭ୍‌ ଷ୍ଟୋରୀ, ଦିଲ୍ଲୀ ବେଲି, ମେରେ ବ୍ରଦର କି ଦୁହ୍ଲନ ଆଦି ଫିଲ୍‌ରେ ଅଭିନୟ କରିଥିଲେ। ୨୦୧୫ରେ ସେ କଟ୍ଟି ବଟ୍ଟି ଫିଲ୍ମରେ ଅଭିନୟ ପରେ ବଡ଼ ପରଦାଠାରୁ ଦୂରେଇ ରହିଛନ୍ତି । ଇମ୍ରାନ୍‌ଙ୍କୁ ୧୯ ବର୍ଷ ବୟସ ହୋଇଥିବା ବେଳେ ସେ ତାଙ୍କ ବାଲ୍ୟ ବାନ୍ଧବୀ ଅବନ୍ତିକା ମଲ୍ଲିକ୍‌ଙ୍କ ପ୍ରେମରେ ପଡ଼ିଥିଲେ। ୯ ବର୍ଷ ଡେଟିଂ କରିବା ପରେ ୨୦୧୧ ଜାନୁୟାରୀ ୧୦ରେ ସେମାନଙ୍କର ବିବାହ ହୋଇଥିଲା।

Share