ପାଞ୍ଚ ବର୍ଷ ଡେଟିଂ କରି ମଲାଇକାଙ୍କୁ ବିବାହ କରିଥିଲେ ଅର୍‌ବାଜ: ବିଚ୍ଛେଦ ପରେ ଅର୍ଜୁନଙ୍କ ପ୍ରେମରେ ପାଗଳ ଅଭିନେତ୍ରୀ

୧୯୬୭ ୪ ଅଗଷ୍ଟରେ ଜନ୍ମ ହୋଇଥିବା ଅର୍‌ବାଜ ଆଜି ତାଙ୍କର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଅର୍‌ବାଜ ଅନ୍ୟତମ । ଅର୍‌ବାଜ ଭାଇ ସଲ୍‌ମାନ ଖାନଙ୍କ ଭଳି ଚଳଚ୍ଚିତ୍ରରେ ସେତେଟା ସଫଳତା ପାଇ ନ ଥିଲେ କିନ୍ତୁ ସେ ନିର୍ମାତା ତଥା ନିର୍ଦ୍ଦେଶକ ଭାବେ ଭଲ କାମ କରିଥିଲେ।
ଅରବାଜ ଫିଲ୍ମ ‘ଦରାର’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ପରେ ସେ ଅନେକ ଫିଲ୍ମରେ କାମ କରିଥିଲେ। ହେଲେ ସେ ତାଙ୍କ ଭାଇ ସଲମାନଙ୍କ ଭଳି ସେତେଟା ସଫଳ ହୋଇ ନ ଥିଲେ। ଅର୍‌ବାଜଙ୍କ କ୍ୟାରିୟର ଫିଲ୍ମ ‘ଦବଙ୍ଗ’ ପରେ ଭିନ୍ନ ମୋଡ ନେଇଥିଲା। କାରଣ ଫିଲ୍ମରେ ସେ ଅଭିନୟ ସହ ନିର୍ମାତା ଦାୟିତ୍ୱ ନେଇଥିଲେ। ଏହା ପରେ ସେ ନିଜର ପ୍ରଯୋଜନା ସଂସ୍ଥା ଅର୍‌ବାଜ ଖାନ ପ୍ରଡକ୍ସନ୍ସ ଖୋଲିଥିଲେ। ‘ଦବଙ୍ଗ ୨’ ଏହାର ବ୍ୟାନରରେ ନିର୍ମିତ ହୋଇଥିଲା। ଫିଲ୍ମଟି ହିଟ୍‌ ହୋଇଥିଲା। ଅରବାଜଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅଧିକ ଆଲୋଚନା କରାଯାଏ। ସେ ୧୨ ଡିସେମ୍ବର ୧୯୯୮ରେ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। କଫି ବିଜ୍ଞାପନ ଶୁଟିଂରୁ ଦୁହିଁଙ୍କ ସାକ୍ଷାତ ଆରମ୍ଭ ହୋଇଥିଲା। ପାଞ୍ଚ ବର୍ଷ ଡେଟିଂ ପରେ ଦୁହେଁ ବିବାହ କରିଥିଲେ। ସେମାନଙ୍କର ଏକ ପୁଅ ଅରହାନ ମଧ୍ୟ ଅଛି। ତେବେ ଅନେକ ବର୍ଷ ପରେ ଅରବାଜ ଏବଂ ମଲାଇକାଙ୍କ ବିବାହ ଭାଙ୍ଗିଗଲା। ବର୍ତ୍ତମାନ ମଲାଇକା ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପାଗଳ। ାଉଭୟ ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share