ବିଜେଡି ହାରିବାରୁ ୪ କି.ମି. ଗଡ଼ିଲେ

ନୟାଗଡ଼/ରଣପୁର,୮ା୬(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ମହାପ୍ରଭୁ ଶ୍ରୀଜଗନ୍ନାଥ ମାନସିକ ପୂରଣ କରି ବିଜେଡିକୁ ଓଡ଼ିଶାରେ ପରାଜିତ କରିବା ପରେ ଡହ ଡହ ଖରାରେ ୪ କିମି ରାସ୍ତାରେ ଗଡ଼ି ଗଡ଼ି ଜଣେ ଯୁବକ ଯାଇଛନ୍ତି। ଏଭଳି ଘଟଣା ନୟାଗଡ଼ ଜିଲା ରଣପୁର ଏନ୍‌ଏସିରେ ଶୁକ୍ରବାର ଚର୍ଚ୍ଚାର ବିଷୟ ପାଲଟିଛି। ରଣପୁର ଏନ୍‌ଏସି ୨ ନମ୍ବର ୱାର୍ଡ ସାନଗଡ଼ ଭିତରସାହିର କେତନ ପ୍ରଧାନଙ୍କ ପୁଅ ତ୍ରିନାଥ (୩୪) ରଣପୁରର ଜଗନ୍ନାଥଙ୍କ ନିକଟରେ ମନାସିଥିଲେ ବିଜେଡ ପରାସ୍ତ ହେଲେ ଘରଠାରୁ ମନ୍ଦିର ପର୍ଯ୍ୟନ୍ତ ଖରାରେ ଗଡ଼ି ଗଡ଼ି ଯିବେ। ମାନସିକ ପୂରଣ ପରେ ଶୁକ୍ରବାର ନିଜ ଘରଠାରୁ ୪ କିମି ରାସ୍ତାରେ ରଣପୁର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ତ୍ରିନାଥ ଗଡ଼ି ଗଡ଼ି ଯାଇଥିଲେ। ଠାକୁରଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି। ୪ କିମି ରାସ୍ତା ଯିବାକୁ ତାଙ୍କୁ ୫ ଘଣ୍ଟା ଲାଗିଥିଲା। ଏହି ସମୟରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ ଉପସ୍ଥିତ ଥିଲେ। ତ୍ରିନାଥ କହିଛନ୍ତି, ମାନସିକ ପୂରଣ ହୋଇଥିବାରୁ ଏଭଳି କରିଛନ୍ତି। ସେ ଜଣେ ଗରିବ ଶ୍ରେଣୀର ଲୋକ। ସ୍ଥାନୀୟ ବିଜେଡିର ନେତା, କର୍ମୀ ତାଙ୍କୁ ଓ ତାଙ୍କ ପରିବାରକୁ ବିଭିନ୍ନ ସମୟରେ ହଇରାଣ କରୁଥିଲେ। ତାଙ୍କ ପରି ଗରିବଙ୍କୁ ସବୁ ସରକାରୀ ଯୋଜନାରୁ ବଞ୍ଚିତ କରାଉଥିଲେ। ଏପରି କି ନିର୍ଯାତନା ଦେଇ ଗଁାରେ ବାସନ୍ଦ କରାଇ ଏକଘରିଆ କରି ରଖିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଖବରପାଇ ରଣପୁର ଭାଜପା ନେତ୍ରୀ ସୁରମା ପାଢ଼ୀ ତାଙ୍କ ଘରକୁ ଯାଇ ସେତେବେଳେ ସହଯୋଗର ହାତ ବଢାଇଥିଲେ। ପରେ ତ୍ରିନାଥ ମାନସିକ କରିଥିଲେ କି, ବିଜେଡି ସରକାର ହଟି ରାଜ୍ୟରେ ଭାଜପା ସରକାର ଆସିଲେ ଗଡ଼ି ଗଡ଼ି ରଣପୁର ଜଗନ୍ନାଥ ମନ୍ଦିରକୁ ଯିବେ, ଯାହାକି ପୂରଣ ହୋଇଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri