Categories: ଜାତୀୟ

ରୁଷିଆ-ୟୁକ୍ରେନ ଯୁଦ୍ଧ: ସ୍ଥଗିତ ହେଲା ‘ବାୟୁଶକ୍ତି’ ଏକ୍ସରସାଇଜ, ହେବନାହିଁ ଡିଫେନ୍ସ ଏକ୍ସପୋ

ଗାନ୍ଧିନଗର,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଦଶମ ଦିନରେ ପହଞ୍ଚିଛି । ହେଲେ ଏହା ଥମିବାର କୌଣସି ଆଭାସ ମିଳୁନାହିଁ । ଏହାର ପ୍ରଭାବ ଭାରତ ଉପରେ ଖୁବ୍ ପଡିଲାଣି । ଯୁଦ୍ଧ ଫଳରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦେଖି ଭାରତୀୟ ବାୟୁସେନା ସୋମବାର ଆୟୋଜିତ କରିଥିବା ମେଗା ଏକ୍ସରସାଇଜ ‘ବାୟୁଶକ୍ତି’କୁ ସ୍ଥଗିତ ରଖିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନାର ଶକ୍ତି ପ୍ରଦର୍ଶନ ଦେଖିବାକୁ ଯୁଦ୍ଧାଭ୍ୟାସରେ ଉପସ୍ଥିତ ରହିଥାଆନ୍ତେ ।
ବାୟୁ ସେନା ଏକ ସଂକ୍ଷିପ୍ତ ବୟାନ ଜାରି କରି କହିଛି, ବର୍ତ୍ତମାନର ପରିସ୍ଥିତିକୁ ଦେଖି ବାୟୁସେନାର ବାୟଶକ୍ତି ଏକ୍ସରସାଇଜକୁ ସ୍ଥଗିତ ରଖାଯାଉଛି । ଏହାପୂର୍ବରୁ ପ୍ରତିରକ୍ଷା ମନ୍ତଣାଳୟ ଶୁକ୍ରବାର ଆସନ୍ତା ସପ୍ତାହରେ ଗାନ୍ଧିନଗରରେ ହେବାକୁ ଥିବା ଡିଫେନ୍ସ ଏକ୍ସପୋ(୧୦-୧୪ ମାର୍ଚ୍ଚ)କୁ ବି ବନ୍ଦ କରି ଦିଆଯାଇଛି । ଦୁଇ ବର୍ଷରେ ଥରେ ହେଉଥିବା ଏହି ‘ବାୟୁଶକ୍ତି’ ଏକ୍ସରସାଇଜ ମାର୍ଚ୍ଚ ୭ରେ ଭାରତୀୟ ସେନାର ସମସ୍ତ ଫାଇଟର ଜେଟ, ହେଲିକପ୍ଟର ଆଦି ସାମିଲ ହୋଇଥାଆନ୍ତା ।

Share