ନୂଆଦିଲ୍ଲୀ,୧୧ ।୩: ପାଖାପାଖି ୮ ବର୍ଷ ପୂର୍ବେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଚକମା ଦେଇଥିବା ଆମ ଆଦମୀ ପାର୍ଟି(ଏଏପି) ଏବେ ପଞ୍ଜାବରେ ଦଶକ ଦଶକ ଧରି ଶାସନ କରୁଥିବା ବଡ ବଡ ଦଳଙ୍କୁ ଧୂଳି ଚଟାଇ ଭାରତୀୟ ରାଜନୀତିରେ ବଡ ପରିବର୍ତ୍ତନର ମୂଳଦୁଆ ପକାଇଛି । ଦୁଇଟି ରାଜ୍ୟରେ ସରକାର ଗଠନ ସହ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ସମକକ୍ଷ ହୋଇଥିବା କୁହାଯାଉଛି ।
ରାଜନୈତିକ ବିଶ୍ଳେଷକଙ୍କ ମତରେ , ଦଶକରୁ କମ୍ ସମୟ ଅର୍ଥାତ୍ ପ୍ରାୟ ୮ ବର୍ଷ ମଧ୍ୟରେ ଏଏପିକୁ ବଡ ସଫଳତା ମିଳିଛି । ଏହି ଦଳ ୨୦୨୪ ନିର୍ବାଚନ ପୂର୍ବରୁ ଭାରତୀୟ ରାଜନୀତିରେ ତୃତୀୟ ଶକ୍ତି ହୋଇ ଉଭା ହୋଇଛି ବୋଲି କୁାଯାଉଛି ।