Categories: ଜାତୀୟ

ଡେଲ୍ଟା ପ୍ଲସ୍‌ ପରେ କାପ୍ପା ଭାରିଆଣ୍ଟ: ୟୁପିରେ ୨ ସଂକ୍ରମିତ

ନୂଆଦିଲ୍ଲୀ,୯।୭: କରୋନା ଭୂତାଣୁ ଦିନକୁ ଦିନ ରୂପ ବଦଳାଇ ଚାଲିଛି। ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍‌ ପରେ ଏବେ ଭୂତାଣୁର ଅନ୍ୟ ଏକ ଭାରିଆଣ୍ଟ କାପ୍ପା ଦେଖାଯାଇଛି। ଯାହା ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଲକ୍ଷ୍ନୌର କିଙ୍ଗ୍‌ ଜର୍ଜ ମେଡିକାଲ କଲେଜରୁ ସଂଗୃହୀତ ନମୁନାର ଜିନୋମ୍‌ ସିକ୍ୱେନ୍ସିଂରୁ ଉତ୍ତରପ୍ରଦେଶରେ ଏହି ୨ଟି ମାମଲା ଚିହ୍ନଟ ହୋଇଛି। ଭାରିଆଣ୍ଟ ଚିହ୍ନଟ ଲାଗି ଜିନୋମ ସିକ୍ୱେନ୍ସିଂ ବ୍ୟବସ୍ଥା ବଢ଼ାଯାଉଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୋଭିଡ୍‌ ସମୀକ୍ଷା ବୈଠକ ପରେ ଏକ ବିବୃତିରେ କୁହାଯାଇଛି।

Share