Categories: ଜାତୀୟ

ଅମିତ ଶାହାଙ୍କ ସହ ରାତ୍ରୀ ଭୋଜନର ଗୋଟିଏ ଦିନ ପରେ ଦିଦିଙ୍କୁ ପ୍ରଶଂସା କଲେ ଗାଙ୍ଗୁଲି

କୋଲକତା,୮।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ରାତ୍ରୀ ଭୋଜନ କରିବାର ଗୋଟିଏ ଦିନ ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସା କରିଛନ୍ତି। ଏକ ଘରୋଇ ହସ୍ପିଟାଲର ଉଦଘାଟନୀ କାର୍ଯ୍ୟକ୍ରମରେ ଗାଙ୍ଗୁଲି କହିଛନ୍ତି, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋର ଜଣେ ଅତି ନିକଟତମ ବ୍ୟକ୍ତି। ମୁଁ ଏହି ହସ୍ପିଟାଲ ନିର୍ମାଣରେ ସାହାଯ୍ୟ କରିବା ପାଇଁ ତାଙ୍କ ନିକଟକୁ ଯାଇଥିଲି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ଗାଙ୍ଗୁଲିଙ୍କ ବାସଭବନରେ ଅମିତ ଶାହା ରାତ୍ରୀ ଭୋଜନ କରିଥିଲେ। ଏହାପରେ ଗାଙ୍ଗୁଲି ଖୁବଶୀଘ୍ର ରାଜନୀତିରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ଚାଲିଛି। ଏହି ରାତ୍ରୀ ଭୋଜନରେ ଗାଙ୍ଗୁଲି, ତାଙ୍କ ସ୍ତ୍ରୀ ଡୋନା, ବଡ଼ ଭାଇ ସ୍ନେହାଶିଶ ଗାଙ୍ଗୁଲି ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହି ରାତ୍ରୀ ଭୋଜନକୁ ନେଇ ଗାଙ୍ଗୁଲି କହିଥିଲେ, ଅନେକ କଳ୍ପନାଜଳ୍ପନା ବଢିଚାଲିଛି … କିନ୍ତୁ ମୁଁ ତାଙ୍କୁ (ଶାହା) ୨୦୦୮ ମସିହାରୁ ଜାଣିଛି। ଖେଳିବାବେଳେ ମୁଁ ତାଙ୍କୁ ଭେଟିଥିଲି। ଏହା ଛଡା ଆଉ କିଛି ନାହିଁ। ଶାହାଙ୍କ ପୁଅ ଜୟଙ୍କ ସହ ଭାରତ କ୍ରିକେଟ ବୋର୍ଡରେ କାମ କରିଛନ୍ତି। ଜୟ ଶାହା ବିସିସିଆଇର ସଚିବ ଅଛନ୍ତି।

Share