ଦୀପାବଳି ପରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଖୁବ୍‌ ଶୀଘ୍ର ସ୍କୁଲ ଖୋଲିପାରେ। ଦୀପାବଳି ପରେ ଯେକୌଣସି ସମୟରେ ସରକାର ଏ ସଂପର୍କରେ ନିଷ୍ପତ୍ତି ନେଇ ପାରନ୍ତି। ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କରୋନା ତୃତୀୟ ଲହର ଆସିବା ସମ୍ଭାବନା କମି କମି ଆସୁଛି। ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି। ତେଣୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ସ୍କୁଲ ଖୋଲିବାକୁ ସରକାର ତୁରନ୍ତ ନିଷ୍ପତ୍ତି ନେବେ। ଦୀପାବଳି ପରେ ଯେକୌଣସି ସମୟରେ ସରକାର ଏ ନେଇ ନିଷ୍ପତ୍ତି ନେଇପାରନ୍ତି। ମନ୍ତ୍ରୀ ଦାଶ କହିଛନ୍ତି ଯେ, ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ ହେବନି। ତେଣୁ ପର୍ଯ୍ୟାୟକ୍ରମେ ଖୋଲିବାକୁ ବିଚାର କରାଯାଉଛି।

Share