‘ଦୃଶ୍ୟମ-୨’ପରେ ‘ଦୃଶ୍ୟମ-୩’କୁ ନେଇ ଯୋଜନା କରୁଛନ୍ତି ନିର୍ମାତା

ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ‘ଦୃଶ୍ୟମ-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନଭେମ୍ବର ୧୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମଟି ଏବେ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ରିଲିଜ୍‌ର ପ୍ରଥମ ଦିନରେ ଧମାକାଦାର ଆୟ କରିଥିଲା ‘ଦୃଶ୍ୟମ-୨’। ଆଉ ଫିଲ୍ମକୁ ନେଇ ଦର୍ଶକ ଭଲ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଇତି ମଧ୍ୟରେ ଏହି ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମର ନିର୍ମାତା ଦର୍ଶକଙ୍କ ଉତ୍ସାହକୁ ଦେଖି ‘ଦୃଶ୍ୟମ-୨’ ପରେ ଦୃଶ୍ୟମ-୩ ପାଇଁ ପ୍ରସ୍ତୁତ ଆରମ୍ଭ କରିଛନ୍ତି। କୁହାଯାଉଛି ଯେ ଫିଲ୍ମରେ ଦେଖାଯାଇଥିବା ସସପେନ୍ସକୁ ଗୁପ୍ତ ରଖିବା ପାଇଁ ଏଥର ଏକ ଯୋଜନା ପ୍ରସ୍ତୁତ କରାଯାଇଛି। କେବଳ ଏତିକି ନୁହେଁ, ଫିଲ୍ମର କାହାଣୀକୁ କୌଣସି ପ୍ରକାରେ ଲିକ୍‌ ହେବାରୁ ରକ୍ଷା କରିବା ପାଇଁ ଏଥର ମାଲାୟାଲମ ସୁପରଷ୍ଟାର ମୋହନଲାଲଙ୍କ ଫିଲ୍ମ ଦୃଶ୍ୟମ-୩ ସହିତ ଅଜୟ ଦେବଗନଙ୍କ ଫିଲ୍ମର ହିନ୍ଦୀ ସଂସ୍କରଣ ମଧ୍ୟ ରିଲିଜ୍‌ ହେବ ବୋଲି ଜଣାପଡିଛି।

Share