Categories: ଜାତୀୟ

ଅନନ୍ତନାଗ ଅପରେଶନ: ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ରକେଟ ଲଞ୍ଚର ହେଲା ନିୟୋଜନ

ଶ୍ରୀନଗର,୧୫।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ତିନ ଯବାନ ଶହୀଦ ହୋଇଛନ୍ତି। ତେବେ ଏନେଇ ଅନନ୍ତନାଗ ଅପରେଶନ ଆରମ୍ଭ ହୋଇଛି। ଜିଲାର ପାହାଡିଆ ଅଞ୍ଚଳର ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅପରେଶନ ଜାରି ରହିଛି। ଅପରେଶନରେ ଡ୍ରୋନ ବ୍ୟବହାର କରାଯିବା ସହ ବର୍ତ୍ତମାନ ରକେଟ ଲଞ୍ଚର୍‌ ମଧ୍ୟ ନିୟୋଜିତ କରାଯାଇଛି। ଗତ ତିନ ଧରି ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଡ୍ରୋନ ଦ୍ୱାରା ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନରେ ମୋର୍ଟାର ଗୁଳି ଚଳାଇଛନ୍ତି। ସୁରକ୍ଷା ବାହିନୀ ସେହି ସବୁ ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାଉ କରିଛନ୍ତି।

Share