ବିବାହ ଭୋଜି ଖାଇ ଗୋଟିଏ ପରିବାରର ୬ ଗୁରୁତର

କୋକସରା,୧୦।୩(ଡି.ଏନ୍‌.ଏ): ବିବାହ ଭୋଜି ଖାଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଲଟାପଡା ଗ୍ରାମର ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଉକ୍ତ ଗ୍ରାମରେ ଗୁରୁବାର ଦିନ ବେଳେ ହୋଇଥିବା ବିବାହ ଭୋଜି ଖାଇ ଗୋଟିଏ ପରିବାର ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସନ୍ଧ୍ୟାରେ ଗୁରୁତର ହେବାପରେ ସେମାନଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆକ୍ରାନ୍ତମାନେ ହେଲେ ଗ୍ରାମର ମୋହନ ରୋତି, ତାଙ୍କ ସ୍ତ୍ରୀ ଡାଲିମ୍ବ ରୋତି, କବିତା ରୋତି(୧୨), ସିନ୍ଧୁକା ରୋତି (୮), ଆୟୁଷ ରୋତି(୬) ଓ ଶିଶୁ ଜୁଳି ରୋତି(୨)। ବର୍ତ୍ତମାନ ସେମାନେ କୋକସରା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ତତ୍ତ୍ୱଦର୍ଶୀ ଦାସଙ୍କୁ ପଚାରିବାରୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ସେ କହିଛନ୍ତି।

Share