Categories: ବାଣିଜ୍ୟ

ମୋଦି ଜିତିବା ପରେ ଏମାନଙ୍କୁ ହେଲା ବଡ଼ ଫାଇଦା, ବଢ଼ିଗଲା ସେୟାର

ନୂଆଦିଲ୍ଲୀ, ୯ା୬: ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ସେୟାର ବଜାରରେ ଏକ ପ୍ରକାର ଭୂକମ୍ପ ଦେଖିବାକୁ ମିଳିଥିଲା। ଜୁନ୍‌ ୪ରେ ସେନ୍‌ସେକ୍ସ ପାଖାପାଖି ୬ ପ୍ରତିଶତ ହ୍ରାସ ହୋଇଯାଇଥିଲା। ବଡ଼ ବଡ଼ କମ୍ପାନୀ ମାନଙ୍କର ସେୟାର ଅହେତୁକ ହ୍ରାସ ପାଇଥିଲା। ଯେଉଁଥିରେ ମୁକେଶ ଅମ଼୍ବାନୀଙ୍କ ରିଲାଏନ୍ସ, ଭାରତୀ ଏୟାରଟେଲ୍‌, ଟିସିଏସ୍‌ ଭଳି କମ୍ପାନୀର ସେୟାର ରହିଥିଲା । ହେଲେ ଏହାର ପରଦିନ ଅର୍ଥାତ ଜୁନ୍‌ ୫ ତାରିଖରୁ ବଜାର ସ୍ଥିତି ଧିରେ ଧିରେ ସୁଧୁରି ଥିଲା । ତିନିଦିନ ଲଗାତାର ବଜାରରେ ବୃଦ୍ଧି ହୋଇଥିଲା। ପୁନର୍ବାର ମୋଦି ସରକାର ଆସୁଥିବାରୁ ବଜାରରେ ଏପରି ବୃଦ୍ଧି ହୋଇଥିଲା ଯେ, ସେନ୍‌ସେକ୍ସ ଏବଂ ନିଫ୍ଟି ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି, ନୂଆ ରେକର୍ଡ ସ୍ତର ଛୁଇଁଥିଲା।

ପୂର୍ବ ସପ୍ତାହରେ ୧୦ଟି ସବୁଠାରୁ ବଡ଼ କମ୍ପାନୀଙ୍କ ମଧ୍ୟରୁ ୮ଟିର ମାର୍କେଟ୍‌ କ୍ୟାପିଟଲ୍‌ରେ ପାଖାପାଖି ୩.୨୮ ଲକ୍ଷ କୋଟି ଯୋଡ଼ି ହୋଇଛି । ଟାଟା ଗ୍ରୁପ୍‌ର ସବୁଠାରୁ ବଡ଼ କମ୍ପାନୀ ଟିସିଏସ୍‌ର ବଜାର ମୂଲ୍ୟାଙ୍କନ ୮୦,୮୨୮.୦୮ କୋଟି ବୃଦ୍ଧିପାଇ ୧୪,୦୮,୪୮୫.୨୯ କୋଟିରେ ପହଞ୍ଚିଯାଇଛି। ଏହାପରେ ସବୁଠାରୁ ବଡ଼ ଏଫ୍‌ଏମ୍‌ସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ରେ ୫୮,୨୫୮.୧୧ କୋଟି ଯୋଡ଼ି ହୋଇଛି। ଫଳରେ ଏହାର ମାର୍କେଟ୍‌ କ୍ୟାପିଟଲ୍‌ ୬,୦୫,୪୦୭.୪୩ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ଦେଶର ସବୁଠାରୁ ବଡ଼ କମ୍ପାନୀ ରିଲାଏ୍ସ ଇଣ୍ଡଷ୍ଟ୍ରିଜ୍‌ରେ ୫୪,୦୨୪.୩୫ କୋଟି ଟଙ୍କା ବୃଦ୍ଧି ପାଇ ୧୯,୮୮,୭୪୧.୪୭ କୋଟିରେ ପହଞ୍ଚି ଯାଇଛି । ସେହିପରି ଦେଶର ସବୁଠାରୁ ବଡ଼ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ମୂଲ୍ୟାଙ୍କନରେ ୫୨,୭୭୦.୫୯ କୋଟି ବୃଦ୍ଧି ପାଇ ୬,୩୬୬୩୦.୮୭ କୋଟିରେ ପହଞ୍ଚିଯାଇଛି।

Share