Categories: ଜାତୀୟ

ପ୍ରାର୍ଥିପତ୍ର ଦାଖଲ କରିବା ପରେ ପ୍ରିୟଙ୍କାଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସୋନିଆ ଗାନ୍ଧୀ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨୩।୧୦: ବୁଧବାର ୨୩ ଅକ୍ଟୋବର ୨୦୨୪ରେ କେରଳର ୱାୟନାଡ ଲୋକ ସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ପ୍ରିୟଙ୍କାଙ୍କ ମା’ ସୋନିଆ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହ ଥିଲେ। ଏକ ଘରୋଇ ଟେଲିଭିଜନ ସହ କଥା ହୋଇ କଂଗ୍ରେସ ନେତା ସୋନିଆ ଗାନ୍ଧୀ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ ଏକ ବଡ଼ ବ୍ୟବଧାନରେ ଜିତିବେ।

ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଲୋକ ସଭା ଆସନରୁ ଦଳର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରି ନିଜର ନିର୍ବାଚନ ଇନିଂସ ଆରମ୍ଭ କରିଥିଲେ ଏବଂ ଏହି ଅବସରରେ ସେ କହିଥିଲେ ଯେ ତାଙ୍କ ନିକଟରେ ରାଜନୀତିରେ ୩୫ ବର୍ଷର ଅଭିଜ୍ଞତା ରହିଛି। କାରଣ ୧୯୮୯ ରେ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ସହ ୧୭ବର୍ଷ ବର୍ଷ ବୟସରେ ପ୍ରଥମ ଥର ପାଇଁ ନିର୍ବାଚନ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ।
ୱାୟନାଡ ଲୋକ ସଭା ଉପ-ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ କଲପେଟାରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି ଯେ ୧୯୮୯ ମସିହାରେ ସେ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ସହ ନିର୍ବାଚନ ପ୍ରଚାରରେ ଯୋଗ ଦେଇଥିବା ବେଳେ ୩୫ ବର୍ଷ ମଧ୍ୟରେ ସେ ତାଙ୍କ ମା ସୋନିଆଙ୍କ ସହ ପ୍ରଚାର କରିଥିଲେ। ଗାନ୍ଧୀ, ତାଙ୍କ ଭାଇ ରାହୁଲ ଗାନ୍ଧୀ ଏବଂ ଅନ୍ୟ ଦଳର ସହକର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି। ତେଣୁ ରାଜନୀତିରେ ଖୁବ୍‌ ଅଭିଜ୍ଞତା ଥିବାରୁ ସେ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି।

Share