‘ମା ତୁଝେ ସଲାମ୍‌ ୨’ରେ ନଜର ଆସିବେ ସନ୍ନି!

ବମ୍ବେ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଭାଗ୍ୟ ଚମକାଇଛି ଫିଲ୍ମ ‘ଗଦର ୨’। ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁଛି ଫିଲ୍ମ। ଇତିମଧ୍ୟରେ ଏହା ୩୦୦ କୋଟି ବ୍ୟବସାୟ କରିଥିବା ଫିଲ୍ମ ପାଲଟିଛି। ଏଭଳି ସଫଳତାକୁ ନେଇ ଏବେ ଅଭିନେତାଙ୍କୁ ଏକାଧିକ ଫିଲ୍ମ ଅଫର ମଧ୍ୟ ମିଳୁଛି। ପ୍ରଥମେ ସନ୍ନି ‘ବର୍ଡର ୨’ରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଥିଲା। ଏବେ ଫିଲ୍ମ ‘ମା ତୁଝେ ସଲାମ ୨’ରେ ମଧ୍ୟ ସେ ଅଭିନୟ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଟ୍ରେଡ ଆନାଲିଷ୍ଟ ଅତୁଲ ମୋହନ ଫିଲ୍ମର ପୋଷ୍ଟର ମଧ୍ୟ ଜାରି କରିଛନ୍ତି। ପୋଷ୍ଟର ଦେଖିବା ପରେ ପ୍ରଶଂସକ ଫିଲ୍ମରେ ସନ୍ନି ଦେଓଲ ଥିବା ଅନୁମାନ କରୁଛନ୍ତି। ହେଲେ ଷ୍ଟାରକାଷ୍ଟକୁ ନେଇ ଏବେ କୌଣସି ସୂଚନା ମିଳିନାହିଁ। କାରଣ ଏଥିରେ ଖୁବ୍‌ଶୀଘ୍ର ଆସୁଅଛି ଲେଖାଯାଇଛି।

Share