କଳା ସାର୍‌ ଚତୁର୍ଥ ବିବାହ କରିବା ପରେ…

କଟକ ଅଫିସ,୧୯।୨: ରସିକିଆ ସାରଙ୍କ କାଳ କାରନାମା ପଦାକୁ ଆସିଛି। ଗୋଟିଏ କି ୨ଟି ନୁହେଁ ୪ ଯୁବତୀଙ୍କୁ ବିବାହ କରି ବିନ୍ଦାସ ଜୀବନ ବିତାଉଥିଲେ କଳା ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ। ପ୍ରଥମ ଓ ତୃତୀୟ ପତ୍ନୀଙ୍କ ଅଭିଯୋଗ କ୍ରମେ କଟକ ମହିଳା ଥାନା ପୋଲିସ ରସିକିୟା ସାର କୃଷ୍ଣଚନ୍ଦ୍ରଙ୍କୁ ଥାନାକୁ ଆଣି ପଚରାଉଚୁରା ଚଳାଇଛି। କୁଷ୍ଣଚନ୍ଦ୍ର ସାଲେପୁର ଅଞ୍ଚଳର ଏକ ସ୍କୁଲରେ ଶିକ୍ଷକ ଭାବେ କାମ କରୁଥିବା ଜଣାପଡିଛି। ଅଭିଯୋଗ ମୁତାବକ, କୃଷ୍ଣଚନ୍ଦ୍ର ୨୦୦୧ରେ ରାଉସାପାଟଣା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପରେ ଲୁଚାଛପାରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏପରି କି ଲକ୍‌ଡାଉନ ସମୟରେ ଅନ୍ୟ ୨ ଯୁବତୀଙ୍କୁ ବିବାହ କରିଥିବା ଜଣାପଡିଛି। ପ୍ରଥମ ଓ ତୃତୀୟ ସ୍ତ୍ରୀ ଏହି କଥା ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଚତୁର୍ଥ ସ୍ତ୍ରୀଙ୍କ ପାଖରୁ କୃଷ୍ଣଚନ୍ଦ୍ରଙ୍କୁ ଧରିବାରେ ସଫଳ ହୋଇଛି।

Share