ଭାରତରେ ଲଗାତର କରୋନା ସଂକ୍ରମଣ ମାମଲା ବଢ଼ିଚାଲିଛି। ଏବେ ଲୋକଙ୍କୁ ପୁଣି ଲକ୍ଡାଉନ ଆଶଙ୍କା ଘାରିଲାଣି। ଏହି ପରିପ୍ରେକ୍ଷୀରେ କାନାଡାରେ ରହୁଥିବା ଭାରତୀୟ ମୂଳ ବାସିନ୍ଦା ଗୁରୁଦୀପ ପନ୍ଧେର କରୋନା ଟିକା ନେବା ପରେ ଖୁସିରେ ବରଫ ଉପରେ ନାଚୁଛନ୍ତି। ଏହି ମହାମାରୀକୁ ନେଇ ସୋସିଆଲ ମିଡିଆରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଛି।
କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ଗୁରୁଦୀପ ବରଫ ଉପରେ ‘ଭାଙ୍ଗଡ଼ା’ ନାଚ କରୁଛନ୍ତି। ଏହି ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି।
ଗୁରୁଦୀପ କହିଛନ୍ତି, ଆଜି ମୁଁ କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ ନେଲି। ମୁଁ ବହୁତ ଖୁସି। ଆଶା ଏବଂ ସକାରାତ୍ମକ ପାଇଁ ସେ ପଞ୍ଜାବୀ ଡ୍ୟାନ୍ସ କରୁଛନ୍ତି। ସେ କହିଛନ୍ତି, କାନାଡାରେ ସମସ୍ତେ ସୁସ୍ଥ ରୁହନ୍ତୁ। ଗୁରୁଦୀପ ଶୀତଦିନିଆ ଜ୍ୟାକେଟ ପିନ୍ଧିଥିବା ବେଳେ ଜୋତା ପିନ୍ଧିଥିବା ନଜର ଆସିଛନ୍ତି।
ବର୍ତ୍ତମାନ ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓ ଦେଖି କିଛି ଲୋକ ଗୁରୁଦୀପଙ୍କୁ ଧନ୍ୟବାଦ ଦେଇଛନ୍ତି କି ଏହି ମହାମାରୀ ସମୟରେ ସେ ଏତେ ଖୁସି ଜଣାପଡୁଛନ୍ତି। ଗୁରୁଦୀପଙ୍କ ଏହି ଭିଡିଓ ଲୋକଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ। ଏଥିସହିତ ତାଙ୍କ ନାଚ ଏବଂ ଖୁସି ଦେଖି ଅନ୍ୟମାନଙ୍କ ମନରୁ କରୋନା ଡର ବି ଚାଲିଯିବ।