ନୂଆଦିଲ୍ଲୀ,୧।୪: ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ଭିଲାସ) ର ସମସ୍ତ ୫ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି, ଯେଉଁଥିରେ ଗ୍ରାମ୍ୟ ବ୍ୟାପାର ମନ୍ତ୍ରୀ ତଥା ଜେଡିୟୁ ନେତା ଅଶୋକ ଚୌଧୁରୀଙ୍କ ଝିଅ ଶାଂଭବି ଚୌଧୁରୀଙ୍କ ନାମ ମଧ୍ୟ ରହିଛି। ଲୋକ ଜନଶକ୍ତି ପାର୍ଟି (ଏଲଜେପି) ତାଙ୍କୁ ସମସ୍ତିପୁରରୁ ପ୍ରାର୍ଥୀ କରିଛି। ଶାଂଭବି ଚୌଧୁରୀ ହେଉଛନ୍ତି ପୂର୍ବତନ ଆଇପିଏସ ଅଧିକାରୀ ଆଚାର୍ଯ୍ୟ କିଶୋର କୁନାଲଙ୍କ ବୋହୂ।
ଏହା ପୂର୍ବରୁ ଅନୁମାନ କରାଯାଉଥିଲା କି ଜାମୁଇ ଲୋକ ସଭା ଆସନରୁ ଶଂଭବି ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ତେବେ ବର୍ତ୍ତମାନ ତାଙ୍କୁ ସମସ୍ତିପୁର ଆସନରୁ ଟିକେଟ ଦିଆଯାଇଛି। ଏଲଜେପି ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ମାତ୍ରେ ସେ ଭାବପ୍ରବଣ ହୋଇ ତାଙ୍କ ପିତା ମନ୍ତ୍ରୀ ଅଶୋକ ଚୌଧୁରୀଙ୍କୁ ଆଲିଙ୍ଗନ କରିଥିଲେ। ଶଂମ୍ଭବି ଚୌଧୁରୀ ଆରମ୍ଭରୁ ସାମାଜିକ ସେବା କାର୍ଯ୍ୟ ସହିତ ଜଡିତ ଥିଲେ।
ଶଂଭବି ଚଚୌଧୁରୀ ଟିକେଟ ପାଇବା ପରେ ଅଶୋକ ଚୌଧୁରୀ କହିଛନ୍ତି ଯେ ସେ ଛାତ୍ର ଦିନରୁ ରାଜନୈତିକ ଆଲୋଚନାରେ ସେ ଭାଗ ନେଇଛନ୍ତି। ଚୌଧୁରୀ କହିଛନ୍ତି ଯେ ଶଂଭବି ପାଟନାର ନୋଟର୍ ଡେମ ଏକାଡେମୀରୁ ତାଙ୍କ ପାଠପଢା କରିଥିଲେ। ସେ ଲେଡି ଶ୍ରୀ ରାମ କଲେଜରୁ ସ୍ନାତକ ହାସଲ କରିଥିଲେ ଏବଂ ପରେ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରୁ ସ୍ନାତକୋତ୍ତର କରିଥିଲେ। ଶଂଭବି ବର୍ତ୍ତମାନ ମଗଧ ବିଶ୍ୱବିଦ୍ୟାଳୟରୁ ପିଏଚଡି କରୁଛନ୍ତି।
आज खुश भी हूं और उत्साहित भी।
बचपन से जिसे समाज की सेवा करते देखा है, अब वक़्त आ गया है कि वो उनका प्रतिनिधित्व करे और उनके उत्थान को प्राथमिकता दे।
मैं आभारी हूं लोक जनशक्ति पार्टी (रामविलास) के शीर्ष नेतृत्व और भाई चिराग पासवान जी का जिन्होंने शांभवी को #समस्तीपुर के वासियों… pic.twitter.com/cYTCD1LDJO
— Dr. Ashok Choudhary (@AshokChoudhaary) March 31, 2024