ଜୀବନ ଦେବୁ ପଛେ, ଇଞ୍ଚେ ଜମି ଦେବୁନାହିଁ: ପ୍ରକଳ୍ପକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

କେନ୍ଦୁଝର,୨୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ଚକଦରଠାରେ ସମାକୋଇ ନଦୀରେ ପ୍ରସ୍ତାବିତ ସମାକୋଇ-ଚକଦର ଜଳ୍‌ସେଚନ ପ୍ରକଳ୍ପକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ସମାକୋଇ-ଚକଦର ପ୍ରକଳ୍ପ ସମନ୍ବୟ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆ ଯାଇଛି।
ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହୋଇ,ରାଜ୍ୟ ସରକାର ଚଳିତ ବଜେଟରେ ସମାକୋଇ-ଚକଦର ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ବ୍ୟବସ୍ଥା କରିଥିବାରୁ ଦଳମତ ନିର୍ବିଶେଷରେ ଏହାକୁ ବିରୋଧ କରାଯାଇଛି। ତେଲକୋଇର ଚାରିଗଡ କଲେଜ ପଡ଼ିଆରୁ ଅପରାହ୍ନ ୧୧ଟା ବେଳେ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବିତ ସମାକୋଇ-ଚକଦର ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ ପାଇଁ ସ୍ମାରକପତ୍ର ପ୍ରଦାନ କରାଯିବ।
ସ୍ଥାନୀୟ ଜନସାଧାରଣ ଦୀର୍ଘ ୪୬ ବର୍ଷ ଧରି ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି,ଏହାକୁ କାର୍ଯ୍ୟକାରୀ କରିବାକୁ ୧୯୭୮ରେ ଶୁଭ ଦିଆଯାଇଥିଲା। ସମାକୋଇ ନଦୀର ତଳମୁଣ୍ଡ ଚକଦରଠାରେ ଏହା ନିର୍ମାଣ ହେଲେ କେନ୍ଦୁଝର ଜିଲାର ତେଲକୋଇ ବ୍ଲକର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ସହିତ ବହୁ ଲୋକ ବିସ୍ଥାପିତ ହେବା ସମ୍ଭାବନା ରହିଛି। ଏହାଦ୍ବାରା କେନ୍ଦୁଝର ଜିଲାର ଚାଷ ଜମିକୁ ସେଚ ସୁବିଧା ମିଳିବ ନାହିଁ। ପଡୋଶୀ ଅନୁଗୋଳ ଜିଲାର ପାଲଲହଡା ଓ କଣିହାଁ ଅଞ୍ଚଳ ଜଳ ସେଚିତ ହେବ।
ତେଲକୋଇ ବ୍ଲକର ଅନେକ ଗାଁ ଜଳମଗ୍ନ ହେବା ସହିତ ତେଲକୋଇ ଏକ ଜଳଭଣ୍ଡାରରେ ପରିଣତ ହୋଇଯିବ ବହୁ ଲୋକ ବିସ୍ଥାପିତ ହୋଇ ବାସହରା ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ତେଲକୋଇ ବ୍ଲକର କାଳିଆହତା ଅଞ୍ଚଳରେ ରାମିଆଳ ନଦୀରେ ଦଣ୍ଡାଦର ଜଳ ସେଚନ ପ୍ରକଳ୍ପ ନିର୍ମାଣ ହେବା ଦ୍ବାରା ତେଲକୋଇ ବ୍ଲକର ୭ଟି ଗାଁ ଜଳମଗ୍ନ ହୋଇଛି। ଆଜିଯାଏ ଅନେକ ବାସହରା ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି।
ପୁଣି ତେଲକୋଇର ସମାକୋଇ ନଦୀରେ ସମାକୋଇ-ଚକଦର ପ୍ରକଳ୍ପ ନିର୍ମାଣ କରିବାକୁ ଯେଉଁ ମସୁଧା ଚାଲିଛି ତାକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ। ରାଜ୍ୟ ସରକାର ଅନୁଗୋଳ ସମାକୋଇ ଜଳ ସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପାଲଲହଡା ତହସିଲ ଅନ୍ତର୍ଗତ ବିରାଳମୁଣ୍ଡାରେ ସ୍ଥାନ ନିରୂପଣ କରିସାରିଛନ୍ତି। କିନ୍ତୁ କେନ୍ଦୁଝର ଜିଲା ତେଲକୋଇ ତହସିଲ ଅନ୍ତର୍ଗତ ଚକଦରଠାରେ ନିର୍ମାଣ ପାଇଁ ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ କଟକ ନଦୀ ଓ ଅନୁସନ୍ଧାନ ବିଭାଜନ ଯୋବ୍ରା ପକ୍ଷରୁ ଉଦ୍ୟମ କରୁଥିବାରୁ ଏହି ପ୍ରକଳ୍ପକୁ ଲୋକେ ବିରୋଧ କରି ଆସୁଛନ୍ତି। ଜୀବନ ଦେବୁ ପଛେ ଜମି ଦେବୁନାହିଁ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ

କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri