Categories: ଜାତୀୟ

‘ଗୋ କରୋନା ଗୋ’ ପରେ ଏବେ ‘ନୋ କରୋନା ନୋ’

ନୂଆଦିଲ୍ଲୀ,୨୭।୧୨: ଭାରତ ସମେତ ସମଗ୍ର ବିଶ୍ୱରେ ଯେତେବେଳେ କରୋନା ଭୂତାଣୁ ବ୍ୟାପିଥିଲା, ସେତେବେଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ‘ଗୋ କରୋନା ଗୋ’ ସ୍ଲୋଗାନ ଦେଇ ଚର୍ଚ୍ଚାରେ ରହିଥିଲେ। ଏହି ସ୍ଲୋଗାନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଏବେ କରୋନା ର ନୂଆ ରୂପ ଦେଖାଯିବା ପରେ ଅଠୱାଲେ ପୁଣି ଏକ ନୂଆ ସ୍ଲୋଗାନ ଦେଇଛନ୍ତି ‘ନୋ କରୋନା ନୋ’। ସେ ଏକ ବିବୃତ୍ତି ଦେଇ କହିଛନ୍ତି ଯେ ମୁଁ ଫେବୃଆରୀ ୨୦ ରେ ‘ଗୋ କରୋନା ଗୋ’ର ସ୍ଲୋଗାନ ଦେଇଥିଲି ଏବଂ ଏବେ କରୋନା ଭାତାଣୁ ହ୍ରାସ ପାଉଛି। ସେହିଭଳି, କରୋନାର ଏକ ନୂତନ ରୂପ ବାହାରିଛି, ତେଣୁ ମୋର ନୂତନ ସ୍ଲୋଗାନ ହେଉଛି ‘ନୋ କରୋନା କରୋନା ନୋ’ ବୋଲି ସେ କହିଛନ୍ତି।

Share