Categories: ଜାତୀୟ

ଗୁଜରାଟ ପରେ ଭାଗବତ ଗୀତା ସପକ୍ଷରେ କର୍ନାଟକ

ଲକ୍ଷ୍ନୌ,୧୯।୩: ଗୁଜରାଟର ଭାଜପା ସରକାର ସ୍କୁଲ ପାଠ୍ୟକ୍ରମରେ ଭାଗବତ ଗୀତାକୁ ସାମିଲ କରିବା ପରେ ସମାନ ଯୋଜନା କରୁଛି କର୍ନାଟକ ସରକାର। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ଟେକ୍ସଟବୁକ୍‌ କମିଟି ସଦସ୍ୟଙ୍କ ସହ ଆଲୋଚନା କରାଯିବ ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ କହିଛନ୍ତି।

“ ଭାଗବତ ଗୀତାକୁ ଆମ ଦେଶରେ ଅନେକ ବର୍ଷ ହେଲା ଲୋକେ ପଢ଼ୁଛନ୍ତି। ଏହି ଧାର୍ମିକ ପୁସ୍ତକକୁ ସମସ୍ତେ ପଢ଼ନ୍ତି ଏବଂ ଏହାକୁ ବିଶ୍ୱରେ ଅନେକ ଭାଷାରେ ଟ୍ରାନ୍ସଲେଟ୍‌ କରାଯାଇଛି। ଏହା ଦ୍ୱାରା ଛାତ୍ରୀଛାତ୍ରଙ୍କ ମନୋବଳ ବୃଦ୍ଧି ପାଇବ। ଆମେ ଏହା ଉପରେ ଏକାଡେମିସିଆନ୍ସ ଏବଂ ବିଶେଷଜ୍ଞଙ୍କ ସହ କଥା ହେବୁ” ବୋଲି ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବି ସି ନାଗେଶ ଶୁକ୍ରବାର କହିଛନ୍ତି। କିନ୍ତୁ ଗୀତାକୁ ଚଳିତ ବର୍ଷ କରିକୁଲମରେ ସାମିଲ କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। “ଆମେ ଚଳିତ ବର୍ଷ ଗୀତାକୁ ଏକାଡେମିକ୍‌ ବର୍ଷରେ ସାମିଲ କରିବୁ ନାହିଁ। ମାତ୍ର ଏହାକୁ ଆଗାମୀ ବର୍ଷରେ ସାମିଲ କରିବୁ” ବୋଲି ସେ କହିଛନ୍ତି।

ରାଜ୍ୟ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର ସରକାରଙ୍କ ଯୋଜନାକୁ ବିରୋଧ କରି ଏଭଳି ପରିବର୍ତ୍ତନ ଲାଗି ଆବଶକ୍ୟତା ନ ଥିବା ସେ କହିଛନ୍ତି।

Share