ବୁଧାପେଷ୍ଟ, ୩୧।୧: ମଣିଷ ଭଳି କୁକୁରର ମଧ୍ୟ ପ୍ରଖର ମନେ ରଖିବା ଶକ୍ତି ରହିଛି। କୁକୁର କୌଣସି ନୂଆ ଶବ୍ଦକୁ ମାତ୍ର ୪ ଥର ଶୁଣି ମନେ ରଖିପାରନ୍ତି। ଏନେଇ ହଙ୍ଗେରୀର ବୁଧାପେଷ୍ଟର ଇଟୋଭୋସ୍ ଲୋରାଣ୍ଡ ବିଶ୍ୱବିଦ୍ୟାଳୟର ଇଥୋଲୋଜି ବିଭାଗରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଶ୍ୱବିଦ୍ୟାଳୟର ଡଗ୍ ପ୍ରୋଜେକ୍ଟ ରିସର୍ଚ୍ଚ ଗବେଷକ ଦଳ କହିଛନ୍ତି ଯେ, ବିନା ତାଲିମ୍ରେ ନୂଆ ଶବ୍ଦ ମନେ ରଖିବା ଶକ୍ତି କୁକୁରଙ୍କଠାରେ ରହିଛି। ତେବେ ସୈନ୍ୟ ବାହିନୀ ତଥା ପୋଲିସ ବାହିନୀରେ ନିଯୁକ୍ତ କରାଯାଇଥିବା ସ୍ବତନ୍ତ୍ର ସନ୍ଧାନୀ କୁକୁରଙ୍କୁ ତାଲିମ୍ ପରେ ସେମାନେ ସହଜରେ ବହୁ ଅଜଣା କଥା ମନେ ରଖିବା ସହିତ ବିପଦ ସମୟରେ ନୂଆ ନୂଆ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିଥାନ୍ତି। ଅଳ୍ପ ସମୟରେ କୁକୁର ନୂଆ ଶବ୍ଦ ମନେ ରଖିବାକୁ ସକ୍ଷମ ହୋଇଥାନ୍ତି ବୋଲି ଗବେଷକ କହିଛନ୍ତି। ତେବେ ସାଧାରଣ ପ୍ରଜାତି ଏବଂ ସ୍ବତନ୍ତ୍ର ପ୍ରଜାତି କୁକୁରଙ୍କ ମନେ ରଖିବା ଶକ୍ତି ଏବଂ ତାଲିମ ଦକ୍ଷତାରେ କେତେକ ପାର୍ଥକ୍ୟ ରହିଥିବା ଗବେଷକ ପ୍ରକାଶ କରିଛନ୍ତି।