Categories: ଖେଳ

ଐତିହାସିକ ବିଜୟ ପରେ ଆଫଗାନିସ୍ତାନ ସଡ଼କରେ ଜନ ସମୁଦ୍ର

କାବୁଲ,୨୫।୬: ଯାହା ଆଶା କରାଯାଇନଥିଲା ଆଫଗାନିସ୍ତାନ କ୍ରିକେଟ ଟିମ ବିଶ୍ୱରେ ତାହା କରି ଦେଖାଇଲା। ଏହି ଦଳ ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି। ରସିଦ ଖାନଙ୍କ ଅଧିନାୟକତ୍ୱ ଦଳ ପ୍ରଥମେ ସୁପର- ୮ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ତା’ପରେ ଏହି ଦଳ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ଆଫଗାନିସ୍ତାନ ପ୍ରଥମ ଥର ପାଇଁ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି।

ଏହି ଐତିହାସିକ ବିଜୟ ପରେ ଆଫଗାନିସ୍ତାନ କ୍ରିକେଟ ଦଳ ପାଇଁ ଖୁସିର କୌଣସି ସୀମା ନ ଥିଲ। ବିଜୟ ଉତ୍ସବରେ ପୂରା ଦଳ ବୁଡ଼ି ଯାଇଥିଲେ। ଆଫଗାନିସ୍ତାନ ଖେଳାଳିମାନେ ସମଗ୍ର ପଡ଼ିଆରେ ନାଚିବା ଆରମ୍ଭ କରିଥିଲେ। ଏହି ମୁହୂର୍ତ୍ତଟି ଏହିପରି ଥିଲା। ଏହି ପ୍ରକାର ପ୍ରଦର୍ଶନ ସହିତ ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚିବ ବୋଲି କେହି ଭାବି ନଥିଲେ। ଏହି ବିଜୟ କେବଳ ପଡ଼ିଆରେ ନୁହେଁ ବରଂ ଆଫଗାନିସ୍ତାନ ରାସ୍ତାରେ ମଧ୍ୟ ଏହି ବିଜୟ ଉତ୍ସବ ପାଳନ କରାଯାଇଥିଲା।
ରସିଦ ଖାନଙ୍କ ଦ୍ୱାରା ଅଧିନାୟକ ଦଳ ବାଂଲାଦେଶକୁ ପରାସ୍ତ କରିବା ମାତ୍ରେ ଆଫଗାନିସ୍ତାନର ଲୋକମାନେ ରାଜ ରାସ୍ତାକୁ ଚାଲି ଯାଇଥିଲେ। ଲୋକମାନେ ଆଫଗାନିସ୍ତାନ ପତାକା ସହିତ ନିଜ ଦଳକୁ ଉତ୍ସାହିତ କରୁଥିଲେ। ବର୍ତ୍ତମାନ ଆଫଗାନିସ୍ତାନର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଲୋକଙ୍କ ଭିଡ଼ ସ୍ପଷ୍ଟ ଦେଖାଯାଉଛି। ରାସ୍ତାରେ ପାଦ ରଖିବାକୁ ମଧ୍ୟ ସ୍ଥାନ ନାହିଁ । ଏହି ଭିଡ଼ ଦେଖଇଲେ ଲାଗୁଛି ସତେ ଯେପରି ଲୋକମାନେ ଜଣେ ନେତାଙ୍କ ଭାଷଣ କିମ୍ବା ଗାୟକଙ୍କ କନ୍ସର୍ଟ ଶୁଣିବାକୁ ଆସିଛନ୍ତ।

Share