Categories: ଖେଳ

ଆହତ କାରଣରୁ ଏହି ଗୁରୁତ୍ୱପୂର୍ଣ୍ଣ ଘରୋଇ ଟୁର୍ନାମେଣ୍ଟରେ ଖେଳିବା କଷ୍ଟକର

ନୂଆଦିଲ୍ଲୀ,୧୮।୮: ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଆଗାମୀ ଘରୋଇ ସିଜନରେ କିଛି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟରେ ଖେଳିବା କଷ୍ଟକର ହୋଇପଡିଛି। ଇଂଲଣ୍ଡର ଘରୋଇ ଦିନିକିଆ ଟୁର୍ନାମେଣ୍ଟରେ ନର୍ଥହେମ୍ପଟନଶାୟର୍‌ ଦଳ ପାଇଁ ଖେଳୁଥିବା ପୃଥ୍ବୀ ଶ’ ୧୩ ଅଗଷ୍ଟରେ ମ୍ୟାଚ ସମୟରେ ଆହତ ହୋଇଥିଲେ। ଏହା ପରେ ସେ ରୟାଲ ଲଣ୍ଡନ ଦିନିକିଆ କପ ଟୁର୍ନାମେଣ୍ଟରୁ ସମ୍ପୂର୍ଣ୍ଣ ବାଦ ପଡିଥିଲେ। ଏଥି ସହିତ ଶୟଦ ମୁସ୍ତାକ ଅଲି ଟ୍ରଫି ଏବଂ ବିଜୟ ହାଜର ଟ୍ରଫିରେ ଖେଳିବା ମଧ୍ୟ ଅତ୍ୟନ୍ତ ସନ୍ଦେହଜନକ ବୋଲି ବିବେଚନା କରାଯାଉଛି। ପୃଥ୍ବୀ ଶ’ ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ୨ ରୁ ୩ ମାସ ଲାଗିବ, ଯେଉଁ କ୍ଷେତ୍ରରେ ଆସନ୍ତା ବର୍ଷ ଜାନୁୟାରୀ ଆରମ୍ଭରେ ତାଙ୍କ ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳିପାରେ ଏବଂ ସେ ରଣଜୀ ଟ୍ରଫିରେ ଖେଳୁଥିବା ଦେଖାଯାଇପାରେ।

Share