ଦିନରେ ବେପାରୀ, ରାତିରେ ଚୋରି: ଟାର୍ଗେଟରେ ତାଲା ପଡ଼ୁଥିବା ଘର

ଭୁବନେଶ୍ୱର,୨୯।୧୨(ସୂର୍ଯ୍ୟକାନ୍ତ ବେହେରା) : ବାହାର ରାଜ୍ୟରୁ ଆସି ବେପାର କରିବା ବାହାନାରେ ଗଢ଼ୁଛନ୍ତି ଅପରାଧୀ ଗ୍ୟାଙ୍ଗ୍‌। ନିଜ ସହଯୋଗୀ ଅପରାଧୀଙ୍କ ସମେତ ଓଡ଼ିଶାର ଅପରାଧୀଙ୍କୁ ମଧ୍ୟ ଗ୍ୟାଙ୍ଗ୍‌ରେ ସାମିଲ କରୁଛନ୍ତି। କେତେବେଳେ କବାଡ଼ିଆ ଦୋକାନୀ ତ ପୁଣି କେତେବେଳେ କମ୍ବଳ ବେପାରୀ ଭାବେ ପରିଚୟ ସୃଷ୍ଟି କରି ଟାର୍ଗେଟ ହାସଲ କରୁଛନ୍ତି। ଦିନରେ ବେପାର ନାଁରେ ତାଲା ପଡୁଥିବା ଘର ଓ ବ୍ୟବସାୟ ପ୍ରତିଷ୍ଠାନକୁ ଚିହ୍ନଟ ପରେ ରାତିରେ ସେସବୁ ସ୍ଥାନରୁ ଚୋରି କରୁଛନ୍ତି। ଇତିମଧ୍ୟରେ ରାଜଧାନୀର ବିଭିନ୍ନ ଘର, ଦୋକାନ, ଆପାର୍ଟମେଣ୍ଟରୁ ଚୋରି କରି ନିଦ ହଜାଇଦେଇଥିବା ଏଭଳି ଏକ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗକୁ ନୟାପଲ୍ଲୀ ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଧରିଛି। ଗ୍ୟାଙ୍ଗ୍‌ର ୫ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ର଼୍ୟାକେଟର ପର୍ଦ୍ଦାଫାସ କରିଛି ପୋଲିସ। ଅଭିଯୁକ୍ତମାନେ ହେଲେ ସତ୍ୟନଗରେ ରହୁଥିବା ପଶ୍ଚିମବଙ୍ଗ ମେଦିନାପୁରର ମାଷ୍ଟରମାଇଣ୍ଡ୍‌ ମୋମିମ ମଲ୍ଲିକ, ବଡଗଡ ଥାନା ଅଞ୍ଚଳରେ ରହୁଥିବା ଜଗତ୍‌ସିଂପୁରର କିଶୋର ମହାନ୍ତି, ଖଣ୍ଡଗିରିର ଏସ.କେ. ଔରଙ୍ଗଜେବ, ବାଲିଅନ୍ତାର ପ୍ରଭାତ ସାହୁ, ସାଲିଆ ସାହିରେ ରହୁଥିବା କେନ୍ଦ୍ରାପଡାର ଇକ୍‌ଲାକୁଲ ରେହମାନ। ସେମାନଙ୍କଠାରୁ ୨୩୪ ଗ୍ରାମ ସୁନା, ୪୪୦ ଗ୍ରାମ ରୁପା, ନଗଦ ୫୦ ହଜାର ଟଙ୍କା, ୫ଟି ପାଣି ପମ୍ପ, ଆକ୍ୱାଗାର୍ଡ, ପିତ୍ତଳ ବାସନ, ମୋଟର ସାଇକେଲ ଆଦି ଜବତ କରାଯାଇଛି। ନୟାପଲ୍ଲୀ, ଖଣ୍ଡଗିରି ଓ ବଡ଼ଗଡ଼ ଥାନାରେ ଅଭିଯୁକ୍ତଙ୍କ ନାଁରେ ଡକାୟତି ମାମଲା ରହିଥିବାବେଳେ ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଅଞ୍ଚଳରୁ ଲୁଟ କରିବାରେ ବିଫଳ ହୋଇଥିବା ପୋଲିସ ଜାଣିବାକୁ ପାଇଛି। ଗ୍ୟାଙ୍ଗ୍‌ରେ ସମ୍ପୃକ୍ତ ଅନ୍ୟ ସହଯୋଗୀ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା କହିଛନ୍ତି, ଡିସିପି ପ୍ରତୀକ ସିଂ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ତେବେ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ହୋଇଥିବା ଚୋରିରେ ଏମାନଙ୍କର ସମ୍ପୃକ୍ତି ରହିଛି। ଚୋରି ପରେ ତୁରନ୍ତ ସୁନା ଓ ରୂପା ଅଳଙ୍କାରକୁ ନିର୍ଦ୍ଦିଷ୍ଟ ଅଳଙ୍କାର ବ୍ୟବସାୟୀ ଓ କାରିଗରଙ୍କୁ କମ୍‌ ଦାମ୍‌ରେ ବିକ୍ରି କରିଦେଇଥାନ୍ତି। ତେବେ ଏମାନଙ୍କ ସହ କେଉଁ ଅଳଙ୍କାର ବ୍ୟବସାୟୀଙ୍କର ସମ୍ପୃକ୍ତି ରହିଛି ତାହା ଜାଣିବାକୁ ଅଧିକ ଖୋଳତାଡ଼ ଚଳାଇଛି ପୋଲିସ।
ନୟାପଲ୍ଲୀରେ ରହୁଥିବା ଅଭିମନ୍ୟୁ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ପଦକ୍ଷେପ ନେଇଛି। ସେ ଘରେ ନ ଥିବାବେଳେ କେହି ଦୁର୍ବୃତ୍ତ କବାଟ ଭାଙ୍ଗି ସୁନା, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଥିବା ସଂକ୍ରାନ୍ତରେ ଗତ ୨୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୬୦୩/୨୩) ରୁଜୁ କରି ସିସିଟିଭି

Share